Home ଓଡ଼ିଶା ନୟାଗଡ଼ର ବାଘମାରୀ ନଦୀରେ ପ୍ରଥମ ବଢ଼ି

ନୟାଗଡ଼ର ବାଘମାରୀ ନଦୀରେ ପ୍ରଥମ ବଢ଼ି

98

ନୟାଗଡ଼, ୨୮ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସମାନ୍ୟ ବର୍ଷା ହୋଇଛି। ଫାଟି ଯାଉଥିବା ଧାନ ଜମିରେ ଏହି ସାମାନ୍ୟ ବର୍ଷା ଚାଷୀ ମନରେ ଟିକେ ଆଶ୍ୱସ୍ତି ଆଣିଛି। ତେବେ ନଦୀର ଉପର ମୁଣ୍ଡରେ ବର୍ଷା ଜୋର ହୋଇଥିବା ଯୋଗୁଁ କେତେକ ନଦୀରେ ବଢି ଆସିଥିବା ଦେଖିବାକୁ ମିଳିଛି। ଏମିତି ଦେଖିବାକୁ ଗଲେ ନୟାଗଡ଼ ଜିଲାର ରାଜଗିରୀ, ହାତୀମୁଣ୍ଡା ଜଙ୍ଗଲ ଆଦିରେ ବର୍ଷା ଜୋର ହୋଇଥିବାରୁ ବାଘମାରୀ ନଦୀରେ ବହୁ ପରିମାଣରେ ବର୍ଷାଜଳ ପ୍ରଭାବିତ ହୋଇଥିବାରୁ ନଦୀରେ ପ୍ରଥମ ବଢି ଦେଖିବାକୁ ନଦୀ କୂଳିଆ ଲୋକମାନଙ୍କ ମନରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ନଦୀରେ ବିରାଟ ବିରାଟ ଶୁଖିଲା କାଠ ଭାସି ଆସୁଥିବାବେଳେ କେତେକ ଲୋକ ନଦୀରୁ କାଠ ସଂଗ୍ରହ କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା। ତେବେ ବର୍ଷା ଅଭାବରେ ନଦୀ ନାଳ ଶୁଖିଲା ପଡ଼ିଥିବାବେଳେ ଲକ୍ଷ୍ମୀପ୍ରସାଦ ପଂଚାୟତର ଢାମଣେଇ ଆନିକଟ ରେ ପର୍ଯ୍ୟାପ୍ତ ପରିମାଣରେ ପାଣି ନଥିବା ହେତୁ ବାଘମାରୀ ନଦୀରେ ଆସିଥିବା ଏହି ପ୍ରଥମ ବଢିର ଜଳ ଚାଷୀମାନଙ୍କ ପାଇଁ ବେଶ୍ ଉପଯୋଗୀ ହେବ ବୋଲି କୁହାଯାଉଛି। ଆନିକଟ ରେ ବେଶୀ ଜଳ ନଥିବାବେଳେ ଏହି ନଦୀବଢିର ଜଳ ଆନିକଟକୁ ପର୍ଯ୍ୟାପ୍ତ ପରିମାଣର ଜଳ ଧାରଣ କରିବା ସହ କେନାଲରେ ପାଣି ଯିବା ପାଇଁ ସହାୟକ ହୋଇଛି। ଫଳରେ ଆନିକଟରୁ କେନାଲ ସାହାର୍ଯ୍ୟରେ ଜମିକୁ ଜଳ ପାଉଥିବା ଚାଷୀମାନେ ଓ ବାଘମାରୀ ନଦୀ ଜଳ ପ୍ରବାଭିତ ହେଉଥିବା ନଦୀକୁଳିଆ ଚାଷୀମାନେ ଏହି ପ୍ରଥମ ନଦୀ ବଢିକୁ ଦେଖି ବେଶ୍ ଉତ୍ସାହିତ ହୋଇଥିବା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.