Home ଓଡ଼ିଶା ଆଇଟିଆର ପକ୍ଷରୁ ଡ୍ରୋନ୍ ଦ୍ୱାରା ଆକାଶ ମାର୍ଗରୁ ସହର ବିଶୋଧନ

ଆଇଟିଆର ପକ୍ଷରୁ ଡ୍ରୋନ୍ ଦ୍ୱାରା ଆକାଶ ମାର୍ଗରୁ ସହର ବିଶୋଧନ

118

ବାଲେଶ୍ୱର, ୨୬ା୭ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣ ରୋକିବାକୁ ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଆଇଟିଆର ପକ୍ଷରୁ ଦୀର୍ଘଦିନ ଧରି ନିୟମିତ ଭାବେ ବାଲେଶ୍ୱର ସହରକୁ ସାନିଟାଇଜେସନ କରାଯାଉଥିବା ବେଳେ ଆଜି ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ ଡ୍ରୋନ୍ ସାହାଯ୍ୟରେ ବିଶୋଧନ ଦ୍ରବଣ ସିଞ୍ଚନ କରାଯାଇଥିଲା। ସହରର ପୁଲିସ ଲାଇନ୍‌ଠାରେ ପରୀକ୍ଷାମୂଳକ ଭାବେ ଏହାର ଶୁଭାରମ୍ଭ କରାଯାଇଥିଲା। ଆଇଟିଆର ନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ଡ୍ରୋନ୍ ଦ୍ୱାରା ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରିବା ସହଜ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଆଇଟିଆର ପକ୍ଷରୁ ମିଜାଇଲ୍ସ ଟ୍ରାକିଂ ସର୍ଭେଲସନରେ ବ୍ୟବହୃତ ହେଉଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଏହି ଡ୍ରୋନ୍‌କୁ ପ୍ରଥମ ଥର ପାଇଁ ସାନିଟାଇଜେସନ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ନେଇ ସେ ସୂଚନା ଦେଇଥିଲେ। ବିଶେଷ କରି କଣ୍ଟେନମେଣ୍ଟ ଜୋନ୍‌ର ସମସ୍ତ ଅଞ୍ଚଳକୁ ସାନିଟାଇଜେସନ ପାଇଁ ବଡ଼ ବଡ଼ ଗାଡ଼ି ଯାଉପାରୁ ନଥିବା ବେଳେ ଏହି ଡ୍ରୋନ୍ ଅତି ସହଜରେ ବିଶୋଧନ କରାଯାଇ ପାରିବ ବୋଲି ସେ କହିଥିଲେ। ଥରକେ ୩-୨ ଲିଟର ଲିକୁଇଡ୍ ଫ୍ୟୁଏଲ ସହ ୧୬ ଲିଟର ବିଶୋଧନ ଦ୍ରବଣ ନେଇ ଅଧଘଣ୍ଟାଏ ପର୍ଯ୍ୟନ୍ତ ଆକାଶରେ ଏହା ଉଡ଼ିପାରେ। ରିମୋର୍ଟ ସାହାଯ୍ୟରେ ଏହାକୁ କଂଟ୍ରୋଲ କରାଯାଉଛି। ପ୍ରତି ଅଧଘଣ୍ଟା ଅନ୍ତରରେ ଏହାକୁ ଅବତରଣ ସହ ପୁଣି ଫ୍ୟୁଏଲ ଓ ବିଶୋଧନ ଦ୍ରବଣ ଦେଇ ଉପରକୁ ଛଡ଼ାଯାଇ ଥାଏ ବୋଲି ଆଇଟିଆର ନିର୍ଦ୍ଦେଶକ ଡକ୍ଟର ଦାସ ସୂଚନା ଦେଇଥିଲେ। ତେବେ ଆଗାମୀ ଦିନରେ ଏହା ନିୟମିତ ସାନିଟାଇଜେସନ କାର୍ଯ୍ୟରେ ଲାଗିବ ବୋଲି ସେ କହିଥିଲେ। ଏହି ଡ୍ରୋନ ସାନିଟାଇଜେସନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆଇଟିଆର ଡେପୁଟି ଡାଇରେକ୍ଟର ଡକ୍ଟର ବି ସୁଚରିତା, ଆସୋସିଏଟ ଡାଇରେକ୍ଟର ନୀଳାଦ୍ରୀ ରାୟଙ୍କ ସମେତ କ୍ରାଇମ୍ ଡିଏସପି ଉମେଶ କୁମାର ପଣ୍ଡା, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ରିଜୱାନା କବକବ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.