Home କେନ୍ଦୁଝର ସର୍ପାଘାତରେ ଯୁବକଙ୍କ ମୃତ୍ୟୁ ସନ୍ଦେହ

ସର୍ପାଘାତରେ ଯୁବକଙ୍କ ମୃତ୍ୟୁ ସନ୍ଦେହ

142

ହାଟଡିହି ୨୨ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତ ବରାଙ୍ଗ ଗ୍ରାମରେ ଜଣେ ଯୁବକଙ୍କ ସର୍ପାଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଖବରରୁ ଜଣାଯାଇଛି ଗ୍ରାମର ଜଳଧର ଜେନା(୨୮) ନାମକ ଜଣ ଯୁବକ ଗତ ସୋମବାର ରାତିରେ ଘରେ ଶୋଇଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ । କିଛି ଗୋଟେ ତାଙ୍କ ଗୋଡକୁ କାମୁଡି ଦେଇଥିବା ନେଇ ସେ ପରିବାର ଲୋକଙ୍କୁ କହିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଅନ୍ୟ ଡାକ୍ତରଖାନାକୁ ପଠାଇ ଦେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା । କୌଣସି ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିବା ପରିବାର ଲୋକେ ଅନୁମାନ କରୁଛନ୍ତି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ତାଙ୍କର ମୃତଦେହକୁ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ଅଧିକ ତଦନ୍ତ ଜାରି ରଖିଛନ୍ତି । ମୃତ ଜଳଧର ଗତ ଦେଢ଼ବର୍ଷ ତଳେ ବିବାହ କରିଥିବାବେଳେ ତାଙ୍କର ବିଧବା ପତ୍ନୀ ଓ ୮ଦିନର ଏକ ଶିଶୁପୁତ୍ର ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.