Home ଓଡ଼ିଶା ଗୋଟିଏ ଦିନରେ ଜମି ପଟ୍ଟା ପ୍ରଦାନ ରଣପୁର ରେ ଶୁଭାରମ୍ଭ

ଗୋଟିଏ ଦିନରେ ଜମି ପଟ୍ଟା ପ୍ରଦାନ ରଣପୁର ରେ ଶୁଭାରମ୍ଭ

134

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୭- ସାରା ରାଜ୍ୟରେ ଜମି କିଣି ପଟ୍ଟା ପାଇବା ପାଇଁ ମାସ ମାସ ଏପରିକି ବର୍ଷ ବିତି ଯାଉଥିଲା । ଜମି କିଣିଥିବା ଲୋକ ଜମି ପଟ୍ଟା ପାଇବା ପାଇଁ ତହସିଲ୍ କାର୍ଯ୍ୟାଳୟକୁ ଦୌଡି ଦୌଡି ହତାଶ ହେଉଥିଲେ । ଜଦି ଓ ଜମି କିଣିବାର ୩ମାସ ଭିତରେ ଜମି ପଟ୍ଟା ପ୍ରଦାନ ନିୟମ ରହିଥିଲା । ସରକାର ଜମି କିଣିବାର ଗୋଟିଏ ଦିନରେ ଜମିପଟ୍ଟା ପ୍ରଦାନ ଅଥବା ଅତି ବେଶି ହେଲେ ୭ଦିନ ମଧ୍ୟରେ ଜମି ପଟ୍ଟା ପ୍ରଦାନ ନିଷ୍ପତି ନେଇଥିଲେ । ସରକାରଙ୍କ ସେହି ନିଷ୍ପତିକୁ ରଣପୁର ତହସିଲ୍‌ଦାର କାର୍ଯ୍ୟକାରୀ କରିଥିବା ଜଣା ପଡିଛି । ଜୁଲାଇ ୮ ତାରିଖ ଦିନ ଜମି ରେଜିଷ୍ଟ୍ରେସନ୍ କରି କିଣିଥିବା ଚାନ୍ଦପୁର ର ଅକ୍ଷୟ କୁମାର ପଟ୍ଟଯୋଶୀ ଓ ଅଲ୍ଲାଦିନ୍ ରଥଙ୍କୁ ଗୋଟିଏ ଦିନ ଭିତରେ ଜମି ପଟ୍ଟା ପ୍ରଦାନ କରିଥିବା ଜଣା ପଡିଛି ।

ଏହି ସମୟରେ ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ, ଅତିରିକ୍ତ ତହସିଲ୍‌ଦାର ଅଶୋକ ପଟ୍ଟନାୟକ, ରେକର୍ଡ କିପର୍ ଓ ଚାନ୍ଦପୁର ଆର.ଆଇ ଉପସ୍ଥିତ ଥିଲେ । ଏ ସମ୍ପର୍କେ ରଣପୁର ଅତିରିକ୍ତ ତହସିଲ୍‌ଦାର ଅଶୋକ ପଟ୍ଟନାୟକଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ଆଜି ପରୀକ୍ଷା ସ୍ୱରୁପ ଗୋଟିଏ ଦିନରେ ଜମି ପଟ୍ଟା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଅଛି । ସବ୍ ରେଜିଷ୍ଟାର ଅଫିସ୍ ରେ ଯେତେ ଶୀଘ୍ର କାଗଜପତ୍ର ଆସିବ ସରକାରୀ ନିୟମ ଅନୁସାରେ ଗୋଟିଏ ଦିନରୁ ୭ଦିନ ଭିତରେ ନିଶ୍ଚିତ ଜମି ପଟ୍ଟା ପ୍ରଦାନ କରାଯିବ । ଗୋଟିଏ ଦିନ ଭିତରେ ଜମି ପଟ୍ଟା ପ୍ରଦାନ ହୋଇଥିବାରୁ ଜମି କିଣୁଥିବା ଲୋକମାନେ ପ୍ରଶାସନ ପ୍ରତି ଆସ୍ଥା ପ୍ରକଟ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.