Home ଓଡ଼ିଶା ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ହାତୀ ଛୁଆର ଗଳିତ ମୃତଦେହ ଉଦ୍ଧାର

ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ହାତୀ ଛୁଆର ଗଳିତ ମୃତଦେହ ଉଦ୍ଧାର

156

ଯୋଡା, ୦୮- ୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ବଡବିଲ ରେଞ୍ଜ ଗୁଆଲି ସେକ୍ସନ ଚୋରମାଲଦା ଗ୍ରାମ ନିକଟ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ବୁଧବାର ଏକ ହାତୀ ଛୁଆର ଗଳିତ ମୃତ ଦେହ ଉଦ୍ଧାର ଠାବ କରିଛି ବନ ବିଭାଗ । ଜଙ୍ଗଲ ମଧ୍ୟରେ ଏହି ହାତୀ ଛୁଆଟିର ମୃତ ଦେହଟି ଠାବ କରାଯାଇଥିବା ବେଳେ ଏହା ଏକ ସପ୍ତାହ ତଳର ହେବ ବୋଲି ବନ ବିଭାଗ ଅନୁମାନ କରିଛି । ଘଟଣା ସ୍ଥଳରେ କେନ୍ଦୁଝର ଡି.ଏଫ୍‌.ଓ. ସନ୍ତୋଷ ଜୋଶୀଙ୍କ ସହିତ ବଡବିଲ ରେଞ୍ଜର ମଧୁସୁଦନ ପାତ୍ର, ଗୁଆଲି ସେକ୍ସନ ବନ ଅଧିକାରୀ ବିଦ୍ୟାଧର ବେହେରା ଓ ଅନ୍ୟ ବନ୍ୟ କର୍ମଚାରୀମାନେ ଏହି ମୃତ ଦେହକୁ ଠାବ କରିଥିଲେ । ଏହି ମୃତ ଅଣ୍ଡିରା ହାତୀ ଛୁଆଟିର ବୟସ ୨ରୁ ୩ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । କେଉଁ କାରଣରୁ ଏହି ହାତୀ ଛୁଆଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ମୃତ୍ୟୁର କାରଣ ଜାଣିବା ପାଇଁ ପ୍ରାଣୀ ଚିକିତ୍ସକ ମାଧବ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ଏହି ମୃତ ହାତି ଛୁଆଟିର ଶବ ବ୍ୟବଚ୍ଛେଦ କରିଛନ୍ତି । ସୂଚନା ଯୋଗ୍ୟ କିଛି ଦିନ ହେବ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲର ଆଖପାଖ ଅଞ୍ଚଳରେ ୪ଟି ମାଈ ହାତୀ ଓ ଗୋଟିଏ ଅଣ୍ଡିରା ଛୁଆ ବିଚରଣ କରୁଥିବା ବନ ବିଭାଗ ପାଖରେ ସୂଚନା ଥିବାବେଳେ ହଠାତ୍ ଛୁଆଟି ଅନ୍ତର୍ଦ୍ଧାନ ହୋଇଥିବା ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ, ଗତ ଏକ ମାସ ତଳେ ବିଜୁଳି କରେଣ୍ଟ ଦେଇ ୨ଟି ହାତୀ ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ଏହି ହାତୀ ଛୁଆଟିର ମୃତ୍ୟୁ ପରିବେଶବିତ୍‌ଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି । ସମଗ୍ର ଜିଲ୍ଲାରେ ୩ ବର୍ଷ ମଧ୍ୟରେ ପ୍ରାୟ ୨୧ଟି ହାତୀ ମୃତ୍ୟୁ ବରଣ କରିଥିବା ଜଣାପଡିଥିବା ବେଳେ ଜିଲ୍ଲା ବନବିଭାଗର ଅପାରଗତାରୁ ଏହି ଅକାଳ ମୃତ୍ୟୁ ଘଟୁଥିବା ସେମାନେ ଅଭିଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.