ନୟାଗଡ଼, ୭ା୭(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ଭୟଭୟତା ଦିନକୁ ଦିନ ତା’ର କାୟା ବସ୍ତାର କରିଚାଲିଥିବାବେଳେ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଏଥିପାଇଁ ୱାର୍ଡ଼ ସ୍ତରରୁ ଟିକିନିଖି ଲୋକମାନଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ତଥ୍ୟ ବୁଝିବା ପାଇଁ ଏକ ୱାର୍ଡ଼ସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ୱାର୍ଡ଼ର ଘର ଘର ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝିବେ। ଏହି ପରିପ୍ରେକ୍ଷିରେ ମଙ୍ଗଳବାର ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ଅଙ୍ଗନବାଡ଼ି କେନ୍ଦ୍ରରେ ଏକ କରୋନା ସଚେତନତା ବୈଠକ ଅଙ୍ଗନବାଡ଼ି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନଙ୍କତ୍ତତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆୟୂଷ ଡାକ୍ତର ସନ୍ତୋଷ କୁମାର ଭୂଜବଳ କରୋନା ସଂକ୍ରମଣ ଉପରେ ବୁଝାଇବା ସହିତ ମାସ୍କ ପିନ୍ଧିବାକୁ ଗୁର୍ୱତ୍ୱ ଦେବା, ସାମାଜିକ ଦୂରତ୍ୱ ରକ୍ଷା କରିବା, କରୋନା ଲକ୍ଷଣ ଉପରେ ଲୋକମାନଙ୍କୁ ବୁଝାଇ ରିପୋର୍ଟ ସଂଗ୍ରହ କରିବା ଏବଂ ଜୁଲାଇ ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲାବେଳେ ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଘରୁ କେହି ନବାହାରିବା ପାଇଁ ପରାମର୍ଶ ଦେଇଥିଲେ। ବିଶେଷକରି ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୧୦ବର୍ଷରୁ କମ୍ ଶିଶୁ, ଗର୍ଭବତୀ, ଭିନ୍ନକ୍ଷମ, ଉଚ୍ଚ ରକ୍ତଚାପ, ମଧୂମେହ ଓ ଶ୍ୱାସରୋଗୀମାନେ ଅଧିକ କରୋନା ସଂକ୍ରମଣର ଭୟ ଥିବାରୁ ସେମାନଙ୍କୁ କଟକଣା ଭିତରେ ରହିବାକୁ ପରାମର୍ଶ େଦେଇଥିଲେ। ଏହି ବୈଠକରେ ବଡ଼ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର ଶ୍ରୀଯୁକ୍ତ ବେହେରା, ସରୋଜିନୀ ଦେଇ, ଆଶାକର୍ମୀ ଅନ୍ନପୂର୍ଣ୍ଣା ମହାପାତ୍ର, ୱାର୍ଡ଼ମେମ୍ବର ରଶ୍ମୀତା ଖଟେଇ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ସୁଷମା ବେହରା ଓ ସଭାନେତ୍ରୀ ଶଶିମଣୀ ଦେଇ ପ୍ରମୁଖ ଉପସ୍ଥିତ ଥିଲେ।