ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଡାହାଣୀଗଡିଆ ଛକ ଅଂଚଳରେ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଚରମ୍ପା ଆଡୁ ବାଇପାସ୍ ଆଡକୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋରୁ (ଓଆର-୨୨ଏଫ-୯୨୩୭) ୨୦୦ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି । ଭଦ୍ରକ ଜିଲା ଡାହାଣୀଗଡିଆ ଛକ ନିକଟରେ ଅଟୋଟିକୁ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ । ଅବକାରୀ ବିଭାଗର ସୂଚନା ଅନୁଯାୟୀ ଅଟୋରେ ୨୦୦ ଲିଟର ଦେଶୀ ମଦ ରହିଛି, ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ । ଗିରଫ ଆସାମୀ ଜଣକ ହେଲେ ଭଦ୍ରକ ଜିଲା କାଁପଡାବିନ୍ଧା ଗ୍ରାମର ସୁଦାମ ମଳିକ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଏହି ଚଢାଉ କରିଥିଲେ । ଉକ୍ତ ଚଢାଉରେ ଏ.ଏସ୍.ଆଇ ପ୍ରହ୍ଲାଦ ସାମଲ ଓ ନନ୍ଦୁ ନାୟକ, ପରେଶ ଟୁଡୁ, ଖଗେଶ୍ୱର ଜେନା, ମିଥୁନ ଜେନା ପ୍ରଭୃତି ଷ୍ଟାଫ୍ ସାମିଲ ଥିଲେ । କରୋନା ଭାଇରସ ପାଇଁ ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ସୁଯୋଗ ନେଇ ଭଦ୍ରକ ଜିଲାର ବିଭିନ୍ନ ଅଂଚଳରେ ଚୋରାମଦ ବେପାରୀ ମାନେ ସକ୍ରୀୟ ହୋଇଛନ୍ତି ।