Home ଜିଲ୍ଲା ପରିକ୍ରମା ସାମ୍ଭାବ୍ୟ ବାତ୍ୟା ପାଇଁ ମତ୍ସଜୀବୀ ମାନଙ୍କୁ ସମୁଦ୍ରଭିତରକୁ ଯିବାକୁ ବାରଣ

ସାମ୍ଭାବ୍ୟ ବାତ୍ୟା ପାଇଁ ମତ୍ସଜୀବୀ ମାନଙ୍କୁ ସମୁଦ୍ରଭିତରକୁ ଯିବାକୁ ବାରଣ

295

ବାହାନଗା,୯ା୬(ଭାରତୀ ଦାସ / ଓଡ଼ିଆ ପୁଅ ): ଓଡ଼ିଶା ସରକାରଙ୍କର ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମତ୍ସବିଭାଗ ବାଲେଶ୍ୱର ଓ ମତ୍ସଅଧିକାରୀ ( ସାମୁଦ୍ରିକ ସଂପ୍ରସାରଣ ) ଗୋପାଳପୁରଙ୍କ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜାମୁକା ମୁହଣ, ଗଦେଇସାଗର ମତ୍ସ ଅବତରଣ କେନ୍ଦ୍ର ଓ ପଞ୍ଚୁବିଶା ମୁହାଣର ସମସ୍ତ ମତ୍ସଜୀବୀ ମାନଙ୍କୁ ସତର୍କ କରାଯାଇଛି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ନପବନ ଥିବାରୁ ମତ୍ସଜୀବୀ ମାନେ ସମୁଦ୍ର ଭିତରକୁ ଚଳିତମାସ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ମାଛ ମାରିବାକୁ ଯିବେ ନାହିଁ । କାରଣ ସମୁଦ୍ର ଏହି ସମୟରେ ଅଶାନ୍ତ ରହିବ । ମତ୍ସଜୀବୀ ମାନେ ସେମାନଙ୍କର ଆବଶ୍ୟକ ମାଛ ଧରା ଉପକରଣ ,ଡଙ୍ଗା, ଜାଲ ପ୍ରଭୃତି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି । ଏହି ନିର୍ଦ୍ଦେଶ ନ ମାନିଲେ କଠୋର ଦଣ୍ଡୋ ଦଣ୍ଡିତ ହେବେ ବୋଲି ସୂଚନା ଦିଆଯାଇଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.