ବଡ଼ବିଲ, ତା ୨୨ ମେ(ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଦୈନିକ ଶ୍ରମ ସମୟ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଏଆଇଟିୟୁସିର ବିକ୍ଷୋଭ । ଏହି କ୍ରମରେ ଆଜି କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ, ବଡ଼ବିଲ, ଯୋଡ଼ା, ଜିଲିଂ, ଗୁଆଲି ଓ ଚମ୍ପୁଆ ପ୍ରଭୃତି ସ୍ଥାନରେ ଅଖିଳ ଭାରତୀୟ ଟ୍ରେଡ୍ ୟୁନିଅନ୍ କଂଗ୍ରେସ (ଏଆଇଟିୟୁସି)ର କର୍ମକର୍ତ୍ତାଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମସ୍ତ ବିକ୍ଷୋଭକାରୀ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଦୈନିକ ଶ୍ରମ ସମୟ ୮ ଘଣ୍ଟା ସ୍ଥିର କରାଯାଇଥିବା ବେଳେ, ଏହାକୁ ୧୨ ଘଣ୍ଟାକୁ ବୃଦ୍ଧି କରିବା ଦ୍ୱାରା ଶ୍ରମିକ ଅଧରକ ଚାପଗ୍ରସ୍ତ ହେବା ସହ ଦେଶରେ ବେକାରୀ ସମସ୍ୟା ଆହୁରୀ ଉତ୍କଟ ହେବ । କେନ୍ଦ୍ର ସରକାର, ମହାମାରୀ କରୋନା କାଳରେ ପ୍ରଚଳିତ ଶ୍ରମ ଆଇନକୁ ପରବର୍ତନ କରି ଶ୍ରମିକ ଶ୍ରେଣୀ ସହ ବିଶ୍ୱାସ ଘାତକତା କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ବୋଲି ଏଆଇଟିୟୁସି ଅଭିଯୋଗ କରିଛି । ସେହିପରି କୋଇଲା ଖଣି କ୍ଷେତ୍ରରେ ଶହେ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ନିଷ୍ପତିକୁ ମଧ୍ୟ ବିରୋଧ କରିଛି ଏଆଇଟିୟୁସି । ସରକାର ଏଭଳି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି । ଏଆଇଟିୟୁସିର ରାଜ୍ୟ ସଂପାଦକ ମହେଶ୍ୱର ରାଉତ, ସହ ସମ୍ପାଦକ କପିଳ ମହାନ୍ତି, ଶ୍ରୀହରି ଘଣା, ହୃଦାନନ୍ଦ ପ୍ରଧାନ, କ୍ଷୀରୋଦ କୁମାର ମହାନ୍ତ, ସନ୍ତୋଷ ମହାନ୍ତ, ରବୀନ୍ଦ୍ର ଜେନା, ଇନ୍ଦ୍ରା ଶର୍ମା, ବିକାଶ ତିର୍କୀ, ରସିକ ମୁଣ୍ଡା, ବିନୋଦ ଭୋଇ, ସରସ୍ୱତୀ ମୁଣ୍ଡା, ଆଦି ଶ୍ରମିକ ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।