ଭୁବନେଶ୍ୱର ୨-୫ (ଓଡ଼ିଆ ପୁଅ): ଯାଜପୁର ଜିଲ୍ଲାରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହୋଇଥିବା ବେଳେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଯାଜପୁର ଜିଲ୍ଲା ରାଜ୍ୟର ବର୍ତ୍ତମାନ ସର୍ବାଧିକ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୭ ଆକ୍ରାନ୍ତ ସହିତ ତାଲିକାରେ ଏବେ ବି ଶୀର୍ଷରେ ରହିଛି।
ଯାଜପୁରର ଦୁଇ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲା ବରୀ ବ୍ଲକର ବୋଲି ଜଣା ପଡ଼ିଛି। ନୂଆ ୨ ଆକ୍ରାନ୍ତ କୋଲକାତାରୁ ଫେରନ୍ତା। ସେମାନଙ୍କ ବୟସ ୪୮ ଏବଂ ୫୫ ବର୍ଷ ପୁରୁଷ।
ବର୍ତ୍ତମାନ ରାଜ୍ୟରେ ୧୦୦ ଟି ସକ୍ରିୟ ମାମଲା ଥିବା ବେଳେ ୫୫ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି।
2nd Health Update, 2nd May
Two New Positives in Jajpur
48 yr Male Bari block
55 yr Male Bari blockBoth Kolkata returnees. Both asymptomatic. Both in quarantine)
Contact tracing and follow-up action is being done.
Total Positive Case: 156
— I & PR Department, Odisha (@IPR_Odisha) May 2, 2020