Home ଓଡ଼ିଶା ଶୌଚ ବେଳେ ନଦୀରେ ବୁଡ଼ି ଯୁବକ ମୃତ, ପୋଲିସ ତଦନ୍ତ ଜାରି

ଶୌଚ ବେଳେ ନଦୀରେ ବୁଡ଼ି ଯୁବକ ମୃତ, ପୋଲିସ ତଦନ୍ତ ଜାରି

253

ବଡ଼ବିଲ ,ତା ୦୨ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଆଜି ସକାଳେ ଶୌଚ ବେଳେ ବଡ଼ବିଲ କାରୋ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଲକ୍ଷ୍ମୀନଗରର କୁଆଁର ପାଳିଆ(୩୭) ନାମକ ଜଣେ ଯୁବକ ଶୌଚ ନିମନ୍ତେ କାରୋ ନଦୀକୁ ଯାଇଥିଲା । ହେଲେ ସେଠାରେ ଶୌଚ ହେବା ସମୟରେ କୋୖଣସି କାରଣରୁ ଯୁବକଙ୍କ ଗୋଡ଼ ଗଭୀର ନଦୀ ମଧ୍ୟକୁ ଖସିଯାଇଥିଲା, ଫଳରେ ପାଣି ଭିତରେ ଯୁବକ ଜଣଙ୍କ ବୁଡୁଯାଇଥିଲେ । ଯୁବକ ଜଣଙ୍କ ବୁଡିଯିବା ସମୟରେ ଉକ୍ତ ଅଞ୍ଚଳର ସକାଇ ସାମନ୍ତ ନାମକ ମହିଳା ଦେଖିଥିଲେ । ସଙ୍ଗେ ସଙ୍ଗେ ଆଖପାଖ ଅଞ୍ଚଳର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସୂଚନା ପାଇବା ପରେ ଲୋକମାନେ ସଙ୍ଗେ ସଙ୍ଗେ ବଡ଼ବିଲ ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୁଡିଯାଇଥିବା ଯୁବକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଉଦ୍ଧାର ସମୟରେ ଅଗ୍ନିଶମ ବିଭାଗର କୀର୍ତ୍ତି ବିଶ୍ଵାଳ, ଦାମା ସିଂହ, କାଶିନାଥ ସାହୁ, ସଞ୍ଜୟ କିଶାନ, ପତିତ୍ ବେହୁରା, ତରୁଣ ନାୟକ ଓ ସୁଶିଲ କିଶାନଙ୍କ ଅନେକ ଚେଷ୍ଟା ପରେ ଯୁବକଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି । ଘଟଣାର ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.