ଭୁବନେଶ୍ୱର ୧-୫ (ଓଡ଼ିଆ ପୁଅ) : ରାଜ୍ୟବାସୀଙ୍କ ବହୁତ ଭଲ ଖବର। ରାଜ୍ୟରେ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ତେବେ କେନ୍ଦ୍ରାପଡାରୁ ଜଣେ, ଭୁବନେଶ୍ୱରରୁ ୩ ଜଣ, ବାଲେଶ୍ୱରରୁ ୩ ଜଣ ଏବଂ ଭଦ୍ରକରୁ ୭ ଜଣ ସୁସ୍ଥ ହୋଇଛନ୍ତି। ତେବେ ମୋଟ ସୁସ୍ଥ ସଂଖ୍ୟା ୫୫ କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୫୫ ଜଣ ସୁସ୍ଥ ହୋଇଛନ୍ତି। ଏବେ କେନ୍ଦ୍ରାପଡା ଜିଲ୍ଲାରେ କୌଣସି ସକ୍ରିୟ ଆକ୍ରାନ୍ତ ନାହାନ୍ତି ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
Happy to announce that another 14 #COVID19 patients have recovered in #Odisha, taking the total recovered cases to 55!
Now there are no active cases in Kendrapara district.
The new recovered cases are from:
Kendrapara:1
Bhubaneswar:3
Balasore:3
Bhadrak:7#OdishaFightsCorona— H & FW Dept Odisha (@HFWOdisha) May 1, 2020