Home Coronavirus Outbreak ବଲାଙ୍ଗୀର ଜିଲ୍ଲାର ଲେଖାରିଆ ଗ୍ରାମର ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗୀର ଜିଲ୍ଲାର ଲେଖାରିଆ ଗ୍ରାମର ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ

433

ବଲାଙ୍ଗୀର ୧-୫ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ଲେଖାରିଆ ଗ୍ରାମର ଦୁଇ ଜଣ କରୋନା ସଂକ୍ରମିତ ଥିବା ବେଳେ ରାଜ୍ୟରେ ସମୁଦାୟ ୧୪୫ ଅକ୍ରାନ୍ତ ଙ୍କ ସଂଖ୍ୟା କୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ଜଣେ ୨୨ ବର୍ଷୀୟ ଯୁବକ ଓ ଅନ୍ୟ ଜଣେ ୧୮ ବର୍ଷ ର ହୋଇଥିବା ବେଳେ ଉଭୟ ତାମିଲନାଡୁ ରୁ ଫେରି ଆସିଥିଲେ। ଉକ୍ତ ଦୁଇ ଜଣ ଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ବଲାଙ୍ଗୀର ଜିଲ୍ଲାପାଳ ଏ ନେଇ ସମସ୍ତ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଓ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ପ୍ରକାଶ କରିବା ସହ ସାଧାରଣ ସରକାରୀ ନିୟମ ପାଳନ କରିବାକୁ କହିଛନ୍ତି।

ପୂର୍ବରୁ ଏହି ଦାଦନ ପ୍ରବଣ ଅଞ୍ଚଳରେ ବିନା ପଞ୍ଜିକରଣ ରେ ସହ, ସହ ଦାଦନ ଶ୍ରମିକ ସପରିବାର ଆସି ଜିଲ୍ଲା ର କଣ୍ଟାବାଞ୍ଜି, ପାଟଣାଗଡ଼, ବେଲପଡ଼ା, ବଙ୍ଗୋମୁଣ୍ଡା, ସିନ୍ଧେକେଲା, ସଇଁତଲା, ଆଦି ଅଞ୍ଚଳରେ ରହିଥିବା ଜଣାଯାଇଛି। ଏ ନେଇ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ନ ଥିବା ଜନସେବା ସଙ୍ଘ ତରଫରୁ ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.