ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ହିନ୍ଦୀ ସମ୍ବାଦପତ୍ର ‘ହିନ୍ଦୁସ୍ତାନ’ରେ ପ୍ରକାଶ ପାଇଥିବା ଏକ ଖବର ସଂକ୍ରାନ୍ତରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ ୟୁନିଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । କୋଭିଡ-୧୯ ସଂକ୍ରମଣ ମୁକାବିଲାକୁ ଆଖି ଆଗରେ ରଖି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏଲଟିସି, ଲିଭ ଏନକ୍ୟାସମେଂଟ, ଓଟିଏ ଏବଂ ମେଡ଼ିକାଲ ଭଳି ସୁବିଧା ମିଳିବ ନାହିଁ ବୋଲି ଏହି ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । ସରକାରୀ କର୍ମଚାରୀଙ୍କ ପାଇଁ ଉପରୋକ୍ତ ସୁବିଧାସବୁ ବନ୍ଦ କରିବା ଲାଗି ସେପରି କୌଣସି ନିଷ୍ପତି ନିଆଯାଇନାହିଁ । ତେଣୁ ଏହି ସମ୍ବାଦ ସମ୍ପୂର୍ଣ୍ଣ ଭୁଲ ଏବଂ ଆଧାରହୀନ ବୋଲି ପିଆଇବି ଫ୍ୟାକ୍ଟ ଚେକ ୟୁନିଟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।
Home ଓଡ଼ିଶା ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ ପକ୍ଷରୁ ସ୍ପଷ୍ଟୀକରଣ : ସରକାରୀ କର୍ମଚାରୀଙ୍କୁ ମିଳୁଥିବା କୌଣସି ସୁବିଧା...