Home ଓଡ଼ିଶା କ୍ୱାରେଟାଂଇନ ରେ ରହୁଥିବା ବ୍ୟକ୍ତି ମାନଙ୍କ ପାଇଁ ସୁଷମ ଖାଦ୍ୟ ତାଲିକା ପ୍ରସ୍ତୁତ କଲା ଜିଲ୍ଲା...

କ୍ୱାରେଟାଂଇନ ରେ ରହୁଥିବା ବ୍ୟକ୍ତି ମାନଙ୍କ ପାଇଁ ସୁଷମ ଖାଦ୍ୟ ତାଲିକା ପ୍ରସ୍ତୁତ କଲା ଜିଲ୍ଲା ପ୍ରଶାସନ

202

ମାଲକାନଗିରି,୨୭ । ୪(ଓଡିଆ ପୁଅ )କରୋନା ମହାମାରୀ ପାଇଁ ଲକ ଡାଉନ ରେ ରାଜ୍ୟଫେରନ୍ତା ଓ କିଛି ଅମାନିଆ ଙ୍କୁ ମାଲକାନଗିରି ଜିଲ୍ଲାରେ ସାତଟି ବ୍ଲକ ଓ ୧୧୧ଟି ପଚାଂୟତରେ ଖୋଲା ଯାଇଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କ୍ୱାରେଟାଂଇନ ଗୃହରେ ୧୪ଦିନ ପାଇଁ ରଖାଯାଉଛି । କୋଭିଡ-୧୯ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖା ଯାଉଥିବା ବ୍ୟକ୍ତିମାନଙ୍କ ନିମନ୍ତେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ କରୋନା ପରିଚାଳନା କକ୍ଷ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ସାପ୍ତାହିକ ସୁଷମ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି । ସୋମବାର ଦିନ ସକାଳ ଓ ସନ୍ଧ୍ୟା ଜଳଖିଆରେ ବିସ୍କୁଟ,ମୁଡି ମିକ୍ସଚର,ମଧ୍ୟାହ୍ନ ଭୋଜନରେ ଭାତ,ଡାଲି,ଭଜା, ରାତ୍ର ଭୋଜନରେ ଭାତ ଡାଲମା ,ପାମ୍ପଡ,ମଙ୍ଗଳବାର ଦିନ ସକାଳ ଓ ସନ୍ଧ୍ୟା ଜଳଖିଆରେ ଚୁଡା, ଚିନି, କଦଳୀ,ଚା,ମଧ୍ୟାହ୍ନ ଭୋଜନରେ ଭାତ,ଡାଲମା, ଆଚାର, ରାତ୍ର ଭୋଜନରେ ଭାତ,ଡାଲମା , ସାଲାଡ,ବୁଧବାର ଦିନ ସକାଳ ଓ ସନ୍ଧ୍ୟା ଜଳଖିଆରେ ବିସ୍କୁଟ,ଚା,ମଧ୍ୟାହ୍ନ ଭୋଜନରେ ଭାତ,ଡାଲି,ଅଣ୍ଡା ତରକାରୀ,ନିରାମିଶଙ୍କ ପାଇଁ କାବୁଲି ବୁଟ ତରକାରି,ଚିପ୍ସ, ମିଠା, ଓ ରାତ୍ର ଭୋଜନରେ ଭାତ,ଡାଲି,ଭଜା, ଆଳୁ ବାଇଗଣ ଭର୍ତା, ଗୁରବାର ଦିନ ସକାଳ ଓ ସନ୍ଧ୍ୟା ଜଳଖିଆରେ ସୁଜି ଉପମା,ହାଲଓ୍ୟା,ଚା,ମଧ୍ୟାହ୍ନ ଭୋଜନରେ ଭାତ,ଡାଲି,ପରିବା ତରକାରୀ ଓ ରାତ୍ର ଭୋଜନରେ ଭାତ,ଡାଲମା, ସାଲାଡ, ପାମ୍ପଡ,ଶୁକ୍ରବାର ଦିନ ସକାଳ ଓ ସନ୍ଧ୍ୟା ଜଳଖିଆରେ କ୍ଷୀର,ସେମିୟା,,ଚା,ମଧ୍ୟାହ୍ନ ଭୋଜନରେ ଭାତ,ଡାଲି,ମଟର ଆଳୁ ତରକାରୀ ଓ ରାତ୍ର ଭୋଜନରେ ଭାତ,ଡାଲି, ତରକାରୀ ,ଶନିବାର ଦିନ ସକାଳ ଓ ସନ୍ଧ୍ୟା ଜଳଖିଆରେ ଚୁଡା ଉପମା,ମଧ୍ୟାହ୍ନ ଭୋଜନରେ ଭାତ,ମିଲମେକର ତରକାରୀ,ଆଳୁତରକାରୀ, ପାମ୍ପଡ ଓ ରାତ୍ର ଭୋଜନରେ ଭାତ,ଡାଲି, ତରକାରୀ,ରବିବାର ଦିନ ସକାଳ ଓ ସନ୍ଧ୍ୟା ଜଳଖିଆରେ ବିସ୍କୁଟ,ଚା,ମଧ୍ୟାହ୍ନ ଭୋଜନରେ ଭାତ,ଡାଲି, ମାଛ,କାବୁଲି ବୁଟ ତରକାରୀ,ଚିପ୍ସ, ମିଠା, ଓ ରାତ୍ର ଭୋଜନରେ ଭାତ,ଡାଲମା, ଆଚାର ଖାଇବାକୁ ଦେବା ପାଇଁ ଏକ ସ୍ୱତନ୍ତ୍ର ଭାବେ ତାଲିକା ପ୍ରସ୍ତୁତ କରାଯାଇଛି । ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠିଙ୍କ ଦ୍ୱାରା ଖାଦ୍ୟପ୍ରସ୍ତୁତ କରାଯାଇ ଅସ୍ଥାୟୀ ଚିକିତ୍ସାକେନ୍ଦ୍ରକୁ ଯୋଗାଇ ଦିଆ ଯିବ ।ଏହି ଖାଦ୍ୟ ତାଲିକା ମଧ୍ୟରୁ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କ ଆବଶ୍ୟକତା ମୁତାବକ ଖାଦ୍ୟ ପ୍ରସୁତି ପରିବର୍ତନ କରାଯିବ ବୋଲି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରହିଛି ।ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କ୍ୱାରେଟାଂଇନ ରେ ରହୁଥିବା ବ୍ୟକ୍ତି ମାନଙ୍କର ଯେପରି ଖାଦ୍ୟପେୟ ରେ କିଛି ଅବ୍ୟବସ୍ଥା ନ ହେବ ସେଥି ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ସାପ୍ତାହିକ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇ ଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.