ନୟାଗଡ଼, ୨୨ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକ ସତର୍କତା ସହ କରୋନା ମହାବିପତ୍ତି ସମୟରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ ସେମାନଙ୍କର କାର୍ଯ୍ୟ ନିର୍ବାହ କରି ଚାଲିଛନ୍ତି। ସାନିଟାଇଜେସନକୁ ପ୍ରାଥମିକତା ଦେବା ସହ ସାବୁନରେ ହାତ ଧୋଇବା, ମାସ୍କ ମୁହଁରେ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ଆଦି ସଚେତନତା ଆଦି କାର୍ଯ୍ୟ ଦୁଆର ଦୁଆର ବୁଲି କରୁଛ୍ନ୍ତି। ଏହି ପରିପ୍ରେକ୍ଷିରେ ନୟାଗଡ଼ ବ୍ଳକ କ୍ରିଦାଶପୁର ପଂଚାୟତର କ୍ରିଦାଶପୁର ଅଂଗନବାଡ଼ି କର୍ମୀ ଜ୍ୟୋସ୍ନା ରାଣୀ ପଣ୍ଡା ବୁଲି ବୁଲି ମାସ୍କ ବାଂଟି ଲୋକମାନଙ୍କୁ ସଚେତନା କରାଉଛନ୍ତି। ଲକଡାଉନ ସକାଶେ ୍ବାହାରକୁ ଯାଇ ମାସ୍କ ଅନେକ ସୁବିଧାରେ ପାଇପାରୁନଥିବାବେଳେ ସେ ପଂଚାୟତର ବିଭିନ୍ନ କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ସଚେତନତାର ବାର୍ତ୍ତା ସହ ମାସ୍କ ବାଟିଂବା ଦେଖିବାକୁ ମିଳିଛି।