Home ଓଡ଼ିଶା ଚାଷୀମାନଙ୍କୁ କୃଷିମନ୍ତ୍ରୀ କହିଲେ ଚାଷ କାର୍ଯ୍ୟରେ ଲାଗିପଡ଼

ଚାଷୀମାନଙ୍କୁ କୃଷିମନ୍ତ୍ରୀ କହିଲେ ଚାଷ କାର୍ଯ୍ୟରେ ଲାଗିପଡ଼

387

ନୟାଗଡ଼, ୨୨ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ରାଜ୍ୟ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ନୟାଗଡ଼ ବ୍ଳକର ବିଭିନ୍ନ ପଂଚାୟତ ଗସ୍ତ କରି କରୋନା କୁ ନେଇ ଉପୁଜିଥିବା ସଙ୍କଟର ଅନୁଧ୍ୟାନ କରିଛନ୍ତି। ଚାଷୀମାନେ ଲକଡାଉନ ବ୍ୟବସ୍ଥାରେ ଜମିକୁ ଯାଇ ପାରୁନଥିବାବେଳେ ଆଗ ଚାଷ ତା’ପରେ ବାସକୁ ଗୁରୁତ୍ୱ ଦେଇ ସେ ଚାଷୀଙ୍କ ପାଇଁ ଲକଡାଉନ ବ୍ୟବସ୍ଥାକୁ କୋହଳ କରିଛନ୍ତି। ଆଉ ୪ଦିନ ପରେ ଅକ୍ଷିମୁଠି ଅନୁକୂଳ ହେବାକୁ ଥିବାବେଳେ ଚାଷୀମାନେ ଚାଷ କାର୍ଯ୍ୟରେ ମନୋନିବେଶ କରିବାକୁ ପଂଚାୟତ ପଂଚାୟତ ବୁଲି ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ମନ୍ତ୍ରୀ କହିଲେ ସାରା ବିଶ୍ୱ ଏବେ କରୋନା ସଂକ୍ରମଣରେ ମହାସଙ୍କଟ ଦେଇ ୍‌ଗତି କରୁଛି। ଆମେ ସଚେତନତା ସହ ଜାଗତିଆର ହୋଇ ଚଳିଲେ ଆମେ ମହା ବିପତ୍ତିରୁ ଉଦ୍ଧାର ପାଇ ପାରିବା। କେଉଁ ଗାଁରୁ କେତେ ଲୋକ ବାହାରେ ଅଛନ୍ତି ତାହାର ଟିକିନିଖି ତଲାସ୍ କରି ଫୋନ ନମ୍ବର ସହିତ ସଠିକ୍ ତାଲିକା ପ୍ରସ୍ତୁତ କରିବାକୁ ପଂଚାୟତ ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ପଂଚାୟତରେ କରାଯାଇଥିବା କ୍ୱାରେଂଟାଇନ ଗୃହକୁ ବୁଲି ଦେଖିବା ସହିତ ଲକଡାଉନ ପରେ ବାହାରେ ରହିଥିବା ଲୋକମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଥିଲେ।ସେ କ୍ରିଦାଶପୁର ପଂଚାୟଚ, ବାଲୁଗାଁ, ଶରଧାପୁର, ଲକ୍ଷ୍ମୀପ୍ରସାଦ, ଗଦାଧରପ୍ରସାଦ, ନାଟୁଗାଁ, ଚମ୍ପତିପୁର, ଜହ୍ନିପଦା ବାଉଁଶଗାଡ଼ିଆ ଆଦି ପଂଚାୟତ ବୁଲି ସାମାଜିକ ଦୂରତ୍ୱ ରେ ଲୋକମାନଙ୍କ ସମସ୍ୟା ବୁଝିବା ସହିତ ଚାଷୀମାନଙ୍କୁ ଚାଷ କାର୍ଯ୍ୟରେ ଲାଗିପଡ଼ିବାକୁ କହିଥିଲେ। କ୍ରିଦାଶପୁର ପଂଚାୟତରେ ପିଇବା ପାଣି ସମସ୍ୟା ଦେଖାଦେଇଥିବା ନେଇ ଲୋକମାନେ ମନ୍ତ୍ରୀଙ୍କ ନଜରକୁ ଆଣିଥିଲେ। ମନ୍ତ୍ରୀ ଡ. ସାହୁ ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ୱ ଦେଇ ଗ୍ରୀଷ୍ମ ସମୟରେ ଏହାର ସ୍ଥାୟୀ ସମାଧାନ ସହ ଯଥାଶୀଘ୍ର ଜଳ ଯୋଗାଣ ବ୍ୟବସ୍ଥା ଠିକ୍ କରିବାକୁ ପଂଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.