Home Coronavirus Outbreak କୋଭିଡ-୧୯ ବିରୋଧୀ ଯୁଦ୍ଧରେ ପୋର୍ଟ ବ୍ଲେୟାରରେ ସହାୟତା ଯୋଗାଇ ଦେଉଛି ଭାରତୀୟ ନୌସେନା

କୋଭିଡ-୧୯ ବିରୋଧୀ ଯୁଦ୍ଧରେ ପୋର୍ଟ ବ୍ଲେୟାରରେ ସହାୟତା ଯୋଗାଇ ଦେଉଛି ଭାରତୀୟ ନୌସେନା

368

ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) କୋଭିଡ-୧୯ ସଂକଟ ସମୟରେ ନାଭାଲ ଏୟାର ଷ୍ଟେସନ(ଏନଏଏସ) ଉତ୍କର୍ଷ ଏବଂ ସାମଗ୍ରୀ ସଂଗଠନ(ପୋର୍ଟ ବ୍ଲେୟାର) ଅସହାୟ ଲୋକଙ୍କ ନିକଟରେ ପହଂଚି ପୋର୍ଟ ବ୍ଲେୟାରରେ ଖାଦ୍ୟ ବିତରଣ କରିଛନ୍ତି। ଏନଏଏସ ଉତ୍କର୍ଷ, ଏୟାର ଷ୍ଟେସନର ଭତ୍ତିଭୂମି ଉନ୍ନୟନ କାର୍ଯ୍ୟରେ ନିୟୋଜିତ ୧୫୫ ଶ୍ରମିକଙ୍କ ପାଇଁ ଖାଦ୍ୟ ବିତରଣ ଶିବିର ଆୟୋଜନ କରିଥିଲା। ଶ୍ରମିକମାନେ ଏବେ ଏୟାର ଷ୍ଟେସନର ଆଖପାଖ ଅଂଚଳରେ ରହୁଛନ୍ତି।

ଏମଓ(ପିବିଆର)ର ଏକ ଦଳ ବନବାସୀ କଲ୍ୟାଣ ଆଶ୍ରମ ଗସ୍ତ କରି ପିଲା ଓ କର୍ମଚାରୀମାନଙ୍କୁ ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ବିତରଣ କରିଥିଲେ। ବନବାସୀ କଲ୍ୟାଣ ଆଶ୍ରମ ଏକ ଅଣ ଲାଭକାରୀ ସଂସ୍ଥା ଯାହା ଆଦିବାସୀ ପିଲାମାନଙ୍କୁ ଭୋଜନ ଏବଂ ଆଶ୍ରୟ ପ୍ରଦାନ କରୁଛି। ସଂଗଠନର ଏକ ଶାଖା ପୋର୍ଟ ବ୍ଲେୟାରରେ ରହିଛି ଯାହା ୩୮ ଜଣ ପିଲାଙ୍କୁ ଆଶ୍ରୟ ଯୋଗାଇ ଦେଇଛି। ପୋର୍ଟ ବ୍ଲେୟାରକୁ ଚିକିତ୍ସା ପାଇଁ ଆସୁଥିବା ଗରିବ ଆଦିବାସୀ ପରିବାରଗୁଡିକୁ ସଂଗଠନ ରହିବାର ସୁବିଧା ଯୋଗାଇ ଦେଉଛି। ଏହି ଟିମ୍ କୋଭିଡ-୧୯ ମହାମାରୀର ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ସମୟରେ ସତର୍କତା ଓ ସାବଧାନତା ଅବଲମ୍ବନ ନିମନ୍ତେ କର୍ମଚାରୀ ଓ ପିଲାମାନଙ୍କୁ ସଚେତନ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.