Home ଓଡ଼ିଶା କାଜୁ ଜଂଗଲକୁ ନେଇ ଗୋଷ୍ଠି ସଂଘର୍ଷ  .. ୨ମୃତ, ୮ଗୁରୁତର ; ୧୨ରୁ ଉର୍ଦ୍ଧ ଆହତ

କାଜୁ ଜଂଗଲକୁ ନେଇ ଗୋଷ୍ଠି ସଂଘର୍ଷ  .. ୨ମୃତ, ୮ଗୁରୁତର ; ୧୨ରୁ ଉର୍ଦ୍ଧ ଆହତ

253

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୪- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ନିକଟ ରାଣିଗାଡିଆ କାଜୁ ଜଂଗଲ କୁ ନେଇ ଦୁଇ ଗୋଷ୍ଠି ସଂଘର୍ଷ ହୋଇଥିବା ଜଣାପଡିଛି । ଏହି ଗୋଷ୍ଠି ସଂଘର୍ଷରେ ୨ ମୃତ୍ୟୁବରଣ କରିଥିବା ବେଳେ ଆଉ ୫ଜଣ ଭୁବେନଶ୍ୱରରେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଜଣାପଡିଛି । ଉଭୟ ପକ୍ଷରୁ ୧୨ରୁ ଉର୍ଦ୍ଧ ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ରାଣିପଡା କାଜୁ ଜଂଗଲ ନିଲାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଅନେକ ଦିନ ହେଲା ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ପୋଲିସ୍ ପ୍ରଶାସନ ଉଭୟ ଗୋଷ୍ଠୀକୁ ବସାଇ ଶାନ୍ତି ପୂର୍ଣ ସମାଧାନ କରିଥିଲେ । କିନ୍ତୁ ଭିତରେ ଭିତରେ ଗଣ୍ଡଗୋଳ ଗୋଟିଏ ଗୋଷ୍ଠୀ ଦିର୍ଘଦିନ ହେଲା କାଜୁ ଜଗିଥିବା ବେଳେ ଅନ୍ୟ ଗୋଷ୍ଠୀ ଏପ୍ରିଲ୍ ୧୦ ତାରିଖ ମଧ୍ୟାହ୍ନରେ କାଜୁଫଳ ତୋଳିବାକୁ କାଜୁ ଜଂଗଲରେ ପହଂଚିଥିଲେ । ପୁର୍ବରୁ ଜଂଗଲ ଜଗିଥିବା ଗୋଷ୍ଠୀ କାଜୁଫଳ ତୋଳିବାକୁ ଯାଇଥିବା ଗୋଷ୍ଠୀଉପରେ ଆକ୍ରମଣ କରିଥିଲେ ।

ଫଳରେ ଘଟଣା ସ୍ଥଳରେ ଅଜୟ ବେହେରା ନାମକ ଜଣେ ବ୍ୟକ୍ତି ଗୁରୁତର ହେବା ସଂଗେ ୩ ଜଣ ଆହତ ହୋଇଥିଲେ ।  ଗୁରୁତର ଅଜୟ ବେହେରାକୁ ଭୁବେନଶ୍ୱର ଏମ୍ସ ହସ୍ପିଟାଲ୍ କୁ ନେଇଥିବା ଜଣାପଡିଛି । ଅଜୟ ବେହେରା ଗୁରୁତର ଶୁଣି ତାଙ୍କ ଗୋଷ୍ଠିର ଅନ୍ୟ ଲୋକମାନେ କାଜୁ ଜଂଗଲ ଜଗିଥିବା ଗୋଷ୍ଠି ଉପରେ ପ୍ରତିଆକ୍ରମଣ କରିଥିଲେ ।ଏହି ପ୍ରତିଆକ୍ରମଣରେ ଦୁର୍ଗ ପ୍ରଧାନ ନାମକ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡିଛିା ବିରଂଚି ପ୍ରଧାନ ,ପ୍ରସନ୍ନ ପ୍ରଧାନ,ବସନ୍ତ ନାୟକ,ସଂଜୟ ପ୍ରଧାନ,ଶାନ୍ତି ନାୟକ, ମନ୍‌ଜୁ ନାୟକ, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ କୁ ରେଫର୍ ହୋଇଥିଲେ । ସେଠାରେ କିଛିସମୟ ପରେ ବିରଂଚି ପ୍ରଧାନ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଅନ୍ୟ ଆହାତ ମାନେ ଟାଂଗି ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ହେଉଛନ୍ତି । ଖବର ଲେଖାହେଲା ବେଳକୁ ଉଭୟ ଗୋଷ୍ଠୀ ମଧ୍ୟରେ ଉତେଜନା ଲାଗିରହିଥିଲା । ଚାନ୍ଦପୁର ଥାନା ପୋଲିସ୍ ଦୁର୍ଗ ପ୍ରଧାନର ଶବ ଜବତ କରି  ପୋଷ୍ଟମଟମ୍ ପାଇଁ ରଣପୁର ସରକାରୀ ହସ୍ପିଟାଲ୍ କୁ ପଠାଇଥିବା ଜଣାପଡିଛି । ପୋଲିସ୍ ଘଟଣା ସ୍ଥଳରେ ପଂହଚି ପରିସ୍ଥିତି ଉପରେ ତିକ୍ଷ୍‌ଣ ନଜର ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.