Home ଓଡ଼ିଶା ସର୍ଟ ସର୍କିଟରୁ ବାଲିବରେଇ ଗ୍ରାମରେ ଅଗ୍ନିକାଣ୍ଡ, ୧୫ବଖରା ଘର ଜଳିଗଲା, ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି...

ସର୍ଟ ସର୍କିଟରୁ ବାଲିବରେଇ ଗ୍ରାମରେ ଅଗ୍ନିକାଣ୍ଡ, ୧୫ବଖରା ଘର ଜଳିଗଲା, ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ

201

ହାଟଡ଼ିହି-୨/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ବାଲିବରେଇ ଗ୍ରାମର ତଳ ସାହିରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ୧୫ବଖରା ଘର ଜଳିଯାଇଥିବାବେଳେ ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ ହୋଇଯାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଗତକାଲି ରାତିରେ ଗ୍ରାମର କିର୍ତ୍ତନ ଜେନାଙ୍କ ପରିବାର ଲୋକେ ଶୋଇଥିବାବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ତାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ପରିବାର ଲୋକେ ଜାଣିବାପରେ ନିଜ ନିଜ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡି ପଳାଇ ଆସିଥିଲେ । କିନ୍ତୁ ସେତେବେଳେକୁ ମନ୍ମଥ ଜେନା, ନାରାୟଣ ରାଉତ, ଅଜିତ କୁମାର ଜେନା, ସୁଜିତ କୁମାର ଜେନା, ମାନସ କୁମାର ରାଉତ, ରାଜେଶ କୁମାର ରାଉତ ପ୍ରମୁଖ ୭ଟି ପରିବାରର ଘରକୁ ନିଆଁ ଗ୍ରାସ କରିସାରିଥିଲା । ଗାଁ ଲୋକେ ପାଣିଢ଼ାଳି ନିଆଁକୁ ଆୟତ କରିଥିବାବେଳେ ହାଟଡିହି ଓ ଆଗରପଡାରୁ ଦମକଳ ପହଞ୍ଚି ନିଆଁକୁ ଲିଭାଇଥିଲା । ଏହି ଅଗ୍ନିକାଣ୍ଡରେ ରାଜେଶ ରାଉତଙ୍କ ୨୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଟେଣ୍ଟ ସାମଗ୍ରୀ ସହିତ ମନ୍ମଥଙ୍କ ନଗଦ ୭୦ହଜାର ଟଙ୍କା ଜଳିଯାଇଥିବାବେଳେ ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ସେହିପରି ସେମାନଙ୍କ ଘରେଥିବା ଏକ କେଟିଏମ ବାଇକ, ଟିଭି, ଫ୍ରିଜ ସମେତ ସମସ୍ତ ଧାନ, ଚାଉଳ, ସୁନାରୁପା ଅଳଙ୍କାର ଓ ସମସ୍ତ ଗୃହୋପରକରଣ ସାମଗ୍ରୀ ପୋଡି ଛାରଖାର ହୋଇଯାଇଛି । କେବଳ ପିନ୍ଧା ବସ୍ତ୍ର ଖଣ୍ଡିକ ବ୍ୟତିତ ଅନ୍ୟ କିଛି ବାହାରି ପାରି ନଥିବା ପରିବାର ଲୋକେ କହିଛନ୍ତି । ଆଜି ସକାଳି ବାଲିବରେଇ ପଞ୍ଚାୟତ ପକ୍ଷରୁ ସରପଞ୍ଚ ପ୍ରତିଭା ନାୟକ ବିପନ୍ନଙ୍କ ପାଖରେ ପହଞ୍ଚି ପ୍ରତି ପରିବାରକୁ ଶାଢ଼ୀ, ଲୁଙ୍ଗି, ସପ, ତକିଆ, ବେଡସିଡ, ଚୁଡା, ଚିନି, ବିସ୍କୁଟ, ଚାଉଳ ସହିତ ରନ୍ଧାଖାଦ୍ୟ ପ୍ରଭୃତି ବଣ୍ଟନ କରିଛନ୍ତି । ବିପନ୍ନ ପରିବାରକୁ ତୁରନ୍ତ ସାକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.