କେନ୍ଦ୍ରାପଡା ୧୫/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୋଟିଫିକେସନ ନମ୍ବର ୧୭୦୬ ତା ୧୩.୦୩.୨୦୨୦ରିଖରେ ରାଜ୍ୟ ସରକାର କରୋନା ଭୂତାଣୁ -୧୯କୁ ରାଜ୍ୟର ଏକ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବାରୁ ସେହି ଅନୁଯାଇ କେନ୍ଦ୍ରାପଡା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ତା ୧୪.୦୩.୨୦୨୦ରିଖର ନିର୍ଦେଶ ନମ୍ବର ୩୫୦୬ ଦ୍ୱାରା ଜିଲ୍ଲାର ସମସ୍ତ ତହସିଲଦାର ଓ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଜାରି କରିଛନ୍ତି ଯେ କୈାଣସି ସ୍ଥାନରେ ଜନସମାଗମ ହେଲେ ସେଠାରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସତର୍କତା ମୂଳକ ପଦକ୍ଷେପ ସୂରୂପ ପୂର୍ବରୁ ଅନୁମତି ପ୍ରଦାନ କରାଯାଇଥିବା ଜିଲ୍ଲାର କୈାଣସି ସ୍ଥାନରେ ଅପେରା କିମ୍ବା ଯାତ୍ରା ପରିବେଷଣ କରାଯାଇ ପାରିବ ନାହିଁ।