Home ଓଡ଼ିଶା ବଡ଼ ଖବର: SBI ବ୍ରାଞ୍ଚ ବନ୍ଦ କରିବା ଏବଂ କର୍ମଚାରୀଙ୍କର ଛଟେଇ ଉପରେ ସରକାର ଦେଲେ...

ବଡ଼ ଖବର: SBI ବ୍ରାଞ୍ଚ ବନ୍ଦ କରିବା ଏବଂ କର୍ମଚାରୀଙ୍କର ଛଟେଇ ଉପରେ ସରକାର ଦେଲେ ଏପରି ସୂଚନା

1321

ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଅର୍ଥାତ୍ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବ୍ରାଞ୍ଚ ବନ୍ଦ କରିବା ଏବଂ କର୍ମଚାରୀମାନଙ୍କ ଛଟେଇକୁ ନେଇକରି ସରକାର ସ୍ପଷ୍ଟୋକ୍ତି ଦେଇଛନ୍ତି।

ଲୋକସଭାରେ ଏହି ବିଷୟକୁ ନେଇକରି ପ୍ରଶ୍ନ ପଚରାଯାଇଥିଲା, କ’ଣ ସରକାର ଦେଶରେ SBI ବ୍ରାଞ୍ଚ ବନ୍ଦ କରି ତାକୁ ଇ-କର୍ନର୍ସରେ ବଦଳାଇବାର ଯୋଜନା ଚାଲିଛି କି? କ’ଣ ସରକାର ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ୧.୬ ଲକ୍ଷ SBI କର୍ମଚାରୀମାନଙ୍କର ଛଟେଇର ପ୍ରସ୍ତାବ ରଖିଛନ୍ତି କି?

ସଂସଦର ବଜେଟ ଅଧିବେଶନରେ ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି କି ସରକାରଙ୍କର ଏପରି କୌଣସି ଯୋଜନା ନାହିଁ।

ସରକାର ସଂସଦରେ ଏହାର ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲିଖିତ ଉତ୍ତରରେ ଏହା କହିଛନ୍ତିଯେ, SBI ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ବର୍ତ୍ତମାନ ପରିସ୍ଥିତିରେ SBI ର ସମଗ୍ର ଦେଶରେ ସର୍ବମୋଟ ୨.୫ ଲକ୍ଷ କର୍ମଚାରୀ ଅଛନ୍ତି। ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସେମାନଙ୍କ ସଂଖ୍ୟାହ୍ରାସ କରିବାର କୌଣସି ଯୋଜନା ନାହିଁ ଏବଂ ସରକାର SBI ର ଶାଖା ବନ୍ଦ କରିବା ଏବଂ ସେଗୁଡ଼ିକୁ ଇ-କର୍ନର୍ସରେ ରିପ୍ଲେସ କରିବାର ମଧ୍ୟ କୌଣସି ଯୋଜନା ହୋଇନାହିଁ।

ସୂଚନାଯୋଗ୍ୟଯେ, ୩୦ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ SBI ପାଖରେ ୩୦ ଲକ୍ଷ କୋଟି ଟଙ୍କାର ଡିପଜିଟ ଥିଲା। ଆଡଭାନ୍ସେସ୍ ପ୍ରାୟତଃ ୨୨.୫ ଲକ୍ଷ କୋଟି ଟଙ୍କା ଏବଂ ହୋମ ଲୋନ ଏବଂ ଅଟୋ ଲୋନ ସେଗମେଣ୍ଟରେ SBI ର ମାର୍କେଟ ଶେୟାର ୩୫ ପ୍ରତିଶତ ଅଟେ। ବ୍ୟାଙ୍କର ସମ୍ପୂର୍ଣ୍ଣ ଭାରତରେ ପ୍ରାୟତଃ ୨୨୦୦୦ ବ୍ରାଞ୍ଚ ଅଛି ଏବଂ ATM/CDM ନେଟୱର୍କର ସଂଖ୍ୟା ୫୮୫୦୦ ରୁ ଅଧିକ ଅଟେ।

SBI ର ୬.୬ କୋଟି ଗ୍ରାହକ ଇଣ୍ଟରନେଟ ବ୍ୟାକିଙ୍ଗର ବ୍ୟବହାର କରୁଛନ୍ତି। ୧.୫ କୋଟି ଗ୍ରାହକ ମୋବାଇଲ ବ୍ୟାକିଂର ବ୍ୟବହାର କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.