ପୁରୀ ୯।୧୨ (ଓଡ଼ିଆ ପୁଅ) : ଶ୍ରୀମନ୍ଦିର ନିକଟରେ ଥିବା ମଙ୍ଗୁ ମଠର ଉଚ୍ଛେଦ ପ୍ରକ୍ରୀୟା ଆଜି ଆରମ୍ଭ ହୋଇଛି। ବିବାଦଯୋଗୁଁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ହାଇକୋର୍ଟଙ୍କଠାରୁ ଅନୁମତି ପାଇବା ପରେ ପୁରୀ ପ୍ରଶାସନ ତରଫରୁ ମଠ ମହନ୍ତଙ୍କୁ ଡାକି ଆଲୋଚନା କରାଯାଇଥିଲା। ତେବେ ମଠକୁ ଖାଲି କରାଯାଇଛି ଏବଂ ଉଚ୍ଛେଦ ଆରମ୍ଭ ହେବାକୁଯାଉଛି।








