Home ଓଡ଼ିଶା ଶବ ସତ୍କାର ନେଇ ଉତ୍ତେଜନା: ପୋଲିସ ହସ୍ତକ୍ଷେପ ପରେ ଶବ ଗଲା ମଶାଣିକୁ

ଶବ ସତ୍କାର ନେଇ ଉତ୍ତେଜନା: ପୋଲିସ ହସ୍ତକ୍ଷେପ ପରେ ଶବ ଗଲା ମଶାଣିକୁ

110

ଟିଟିଲାଗଡ଼ ୧୫-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବର୍ତ୍ତମାନର ସମାଜରେ ପୁଅ, ଝିଅ ସମାନ କୁହାଯାଏ। ତଥାପି ଏବେବି ଝିଅଟିଏ ଜନ୍ମ ହେଲେ କିଛି ଲୋକ ତଫାତ ଦେଖିଥାନ୍ତି ଓ ଅନେକ ପୁଅଟିଏ ଆଶା କରିଥାନ୍ତି। ଏପରି ପାତରଅନ୍ତର ନେଇ ବୃଦ୍ଧ ବୟସରେ ମୃତ ମା’ ଙ୍କୁ ମଶାଣି କୁ ନେବା ନେଇ ବେଶ ବିବାଦ ଘଟିଛି। ସ୍ଥାନୀୟ ଟିଟିଲାଗଡ଼ ହାଟପଦା ପଡ଼ାରେ ସାବିତ୍ରୀ ସାହୁ (୯୦) ନାମ୍ନୀ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ଘଟିଥିଲା। ତେବେ ଉକ୍ତ ମୃତା ତାଙ୍କ ଝିଅ ଙ୍କ ଘରେ ରହୁଥିଲେ। ଉକ୍ତ ଘର କଡରେ ତାଙ୍କ ପୁଅ ଗୋବିନ୍ଦ ସାହୁ ସପରିବାର ରହୁଥିବା ବେଳେ ଗତ ୩ ବର୍ଷ ହେବ ମୃତା ସାବିତ୍ରୀ କୌଣସି କାରଣରୁ ନିଜ ପୁଅ ଘରୁ ନିଜ ଝିଅ ଘରେ ରହୁଥିଲେ। ତାଙ୍କ ଝିଅ ସବୁ ସେବା ଶୁଶ୍ରୁଷା କରୁଥିବା ବେଳେ ଆଜି ତାଙ୍କର ବାର୍ଦ୍ଧକ୍ୟ ଜନୀତ ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁ ପରେ ପୁଅ ଗୋବିନ୍ଦ ମୁଁ ଶବ ସତ୍କାର କରିବି ଓ ମଶାଣିରେ ନିଆଁ ଦେବି ସେ ମୁକ୍ତି ପାଇବ କହିଥିବା ବେଳେ ତାଙ୍କ ଝିଅ ବିରୋଧ କରିଥିଲେ। ବଞ୍ଚିତ ଅବସ୍ଥାରେ କିଛି ନ କରି ଥିବାରୁ ଶବ ସେ ଦାହ କରିବା କହିଥିଲେ। ପରିସ୍ଥିତି ଏପରି ସୃଷ୍ଟି ହେଲା ଯେ ଶେଷରେ ପୋଲିସ ହସ୍ତକ୍ଷେପ କରି ଥିଲା ଓ ଝିଅ ଓ ସାଇ ଲୋକେ ଶବ ସତ୍କାର କରିଥିଲେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.