Home ଜିଲ୍ଲା ପରିକ୍ରମା ପବିତ୍ର ସୁଦଶା ବ୍ରତ ଓଷାରେ ମା ବୃନ୍ଧାବତୀ ପାଣିପିଇଲେ

ପବିତ୍ର ସୁଦଶା ବ୍ରତ ଓଷାରେ ମା ବୃନ୍ଧାବତୀ ପାଣିପିଇଲେ

150

ମାଲକାନଗିରି,୭ା୧୧ (ଓଡିଆ ପୁଅ ) ଆଜି ଥିଲା କାର୍ତିକମାସ ଦଶମୀ ତିଥି ପବିତ୍ର ସୁଦଶା ବ୍ରତ ଓଷା, ଏହି ଓଷା ବ୍ରତ ମହିଳା ମାନେ ପାଳନକରି ତୁଳସୀ ଚଉଁରାରେ ପାଣି ଦେଇଥାନ୍ତି । ଆଜି ଏକ ଚମକ୍ରାର ଦୃଶ୍ୟ ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ୧୧୯କଲୋନିରେ ଘଟି ଯାଇଛି । ଏହି କଲୋନିର ଜଣେ ମହିଳା ତୁଳସୀଗଛରେ ଜଳ ଅର୍ପଣକରୁଥିବା ସମୟରେ ହଟାତ ତୁଳସୀଗଛଟି ପାଣିନିକଟକୁ ଝୁଲିପଡିଥିଲା । ମହିଳା ଜଣଙ୍କ ଏକ ପିତଳ ଥାଳିଆରେ କିଛି ଜଳନେଇ ମା ବୃନ୍ଧାବତୀଙ୍କୁ ସ୍ମରଣକରି ଗଛନିକଟକୁ ଉକ୍ତ ଜଳ ଥାଳିଆଟି ନେବାରୁ ତୁଳସୀଗଛଟି ସେହି ପାଣିଥାଳିଆ ନିକଟୁ ଆପେ ଆପେ ଝୁଲିପଡି ତୁଳସୀ ପତ୍ର ପାଣିଗୁଡିକୁ ଶୋଷିନେଉ ଥିବାର ଦେଖିବାକୁ ମିଳିଥିଲା । ଏହି ଚମକ୍ରାର ଘଟଣା ସାହିବସ୍ତିର ଲୋକମାନେ ଦେଖି ଚକିତ ହୋଇପଡିଥିଲେ । ଆଜିର ପବିତ୍ର ଦିବସରେ ଏହା ମା ବୃନ୍ଦାବତୀଙ୍କ ଅପାର କରୁଣା ବୋଲି ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜ ତୁଳସୀ ଚଉଁରା ନିକଟରେ ପୂଜାଆର୍ଚନା ସହ ଜଳଦାନ କରିଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.