Home ଅପରାଧ ଆସୁରାଳି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା! ଚିକିତ୍ସା ଅବହେଳାରୁ ପିଲାର ଜୀବନ ଗଲା

ଆସୁରାଳି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା! ଚିକିତ୍ସା ଅବହେଳାରୁ ପିଲାର ଜୀବନ ଗଲା

100

ଭଦ୍ରକ୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭଦ୍ରକ ଜିଲ୍ଲା ଆସୁରାଳି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲିବା ସହ କେହିବି କର୍ମଚାରୀଙ୍କ ଦେଖା ମିଳିନଥିଲା। ଫଳରେ ଚିକିତ୍ସା ପାଇଁ ଆସିଥିବା ୮ବର୍ଷର ସୁଭଙ୍କର ରାଉତର ମୃତ୍ୟୁ ହୋଇଥଇବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଧୂଷୁରୀ ଥାନା ଫତେପୁର ଦିନାଜପୁର ଅଞ୍ଚଳର ୮ ବର୍ଷୀୟ ଶୁଭଙ୍କର ଗାଧୋଇଲା ବେଳେ ରେବ ନଦୀରେ ବୁଡିଯାଇଥିଲେ। ଚିକିତ୍ସା ପାଇଁ ସୁଭଙ୍କରକୁ ଆସୁରାଳି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଦରିବାର ଲୋକେ ଆଣିଥିଲେ। ଆସୁରାଳି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲିବା ସହ କେହିବି କର୍ମଚାରୀଙ୍କ ଦେଖା ମିଳିନଥିଲା। ପରିବାରଲୋକଙ୍କ କହିବା ଅନୁଯାୟୀ ପିଲାଟିକୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ସମୟରେ ସେ ଜୀବିତ ଥିଲା। ହେଲେ ମେଡିକାଲରେ ଡାକ୍ତର ନଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ପିଲାଟିକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.