ବାରିପଦା, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ବାରିପଦା ସ୍ଥିତ କଲିକତା ବସଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲାର ରାମ ସିଂ ବୋଲି ଜଣାପଡିଛି। ସେ ରୋଜଗାର କରିବା ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରୁ ଟ୍ରେନ ଯୋଗେ ବାଲେଶ୍ଵର ପହଞ୍ଚି ଏକ ଘରୋଇ ବସ ଯୋଗେ ବାରିପଦା ବସଷ୍ଟାଣ୍ଡରେ ଓହ୍ଲାଇ ଥିଲେ। ମାତ୍ର ପରେ କିଛି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ନିଜ ବନ୍ଧୁ କୃପାସିନ୍ଧୁ ବେହେରାଙ୍କ ସହ ଆସି ବାରିପଦାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ବନ୍ଧୁ କହିଛନ୍ତି। ପରେ ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ତାଙ୍କର କେଉଁ କାରଣ ପାଇଁ ମୃତ୍ୟୁ ଘଟିଲା ତାର କାରଣ ବି ଖୋଜୁଛି।