ଟାଙ୍ଗୀ,୨୭/୧୦,(ଓଡ଼ିଆ ପୁଅ ପି ନାୟକ):ଆଜି ଖୋର୍ଦ୍ଧା ଜିଲ୍ଲାର ଵାଲୁଗାସ୍ଥିତ ବୋଇତିଆ ନିକଟରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ଘଟଣାଟି ହେଲା ମାଛ ଧରୁଧରୁ ଜାଲରେ ପଡିଛି ଅଜଗର ସାପ । ଯାହାକୁ ଦେଖି ସମସ୍ତେ ଛାନିଆ । ସୂଚନା ଅନୁସାରେ, ସେଠାରେ କିଛି ଲୋକ ମାଛ ଧରୁଥିଲେ । ପରେ ଯେତେବେଳେ ଏହା ଟିକିଏ ଓଜନିଆ ଲାଗିଲା ସମସ୍ତେ ଭାବିଥିଲେ ନିହାତି ବଡ଼ ମାଛ ହୋଇଥିବ । ହେଲେ ନା, ପ୍ରକୃତରେ ସାପ ବଦଳରେ ଜାଲରେ ପଡ଼ିଥିଲା ବଡ଼ ଅଜଗର । ଏହାକୁ ଦେଖି ଅଧା ଲୋକ ଡରିଯାଇଥିବା ବେଳେ ପରେ ଦେଖିବାକୁ ଭିଡ଼ ହୋଇଥିଲା ।