ମୟୂରଭଞ୍ଜ,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ମୟୁରଭଞ୍ଜ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାରହା ଶିକାର ପାଇଁ ଘରେ ବୋମା ପ୍ରସ୍ତୁତ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଫଳରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜଟିଆଶୋଳ ଗ୍ରାମର କିଛି ଲୋକ ବାରାହା ଶୀକାର ପାଇଁ ନିଜ ଘରେ ବମ ପ୍ରସ୍ତୁତି କରୁଥିବା ବେଳେ ଘଟିଛି ଏହି ଅଘଟଣ। ବହୁତ ଜୋରରେ ଶବ୍ଦଶୁଣି ଗ୍ରାମବାସୀ ଆସି ଦେଖିବା ପରେ ସେମାନଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ନେଇଯାଉଥିବା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସ ଖବର ପାଇ ଏହାର ତଦନ୍ତ ଆରମ୍ଭ କରିଛି ।