Home ଓଡ଼ିଶା ୨୫ ତାରିଖରେ ବନ୍ଦ ଡାକରାକୁ ସଫଳ କରିବାକୁ ଲାଲ ବାହିନୀ ଙ୍କ ଆହ୍ବାନ

୨୫ ତାରିଖରେ ବନ୍ଦ ଡାକରାକୁ ସଫଳ କରିବାକୁ ଲାଲ ବାହିନୀ ଙ୍କ ଆହ୍ବାନ

427

ଛତିଶଗଡ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଆସନ୍ତା ୨୫ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । ଗତକାଲି ରାୟଗଡାରେ ଏନେଇ ମାଓ ପୋଷ୍ଟର ମିଳିଥିଲା । ତେବେ ଆଜି ଏନେଇ ଅଡିଓ ପ୍ରେସ ରିଲିଜ ଜରିଆରେ ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି ଲାଲ ବାହିନୀ । ସିପିଆଇ ମାଓବାଦୀ ଘୁମୁସର ନାଗାବଳୀ ଡିଭିଜନ କମିଟି ସମ୍ପାଦିକା ମିତାଙ୍କ ପକ୍ଷରୁ ଏହି ଅଡିଓ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଅଡ଼ିଓରେ ଆସନ୍ତା ଅକ୍ଟୋବର 25 ତାରିଖରେ ଓଡିଶା ଓ ପୂର୍ବ ଛତିଶଗଡ଼ ବନ୍ଦ ଡାକରାକୁ ସଫଳ କରିବାକୁ ଆଦିବାସୀ, ଦଳିତ, ପରିବହନ କର୍ମଚାରୀ, ସରକାରୀ କର୍ମଚାରୀ, ବେପାରୀ, ଶିକ୍ଷକ, ଛାତ୍ର ଛାତ୍ରୀ ସହ ଜନସଧାରଣଙ୍କୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.