ସୁନ୍ଦରଗଡ଼,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ସୁନ୍ଦରଗଡ଼ କୋଇଡା ବ୍ଲକ ନିକଟରେ ବହୁତ ଟ୍ରାଫିକ ସମସ୍ୟା ଲାଗିରହିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରୁଛନ୍ତି । ତେବେ କୋଇଡା ବ୍ଲକର କୋଇଡା ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ଠାରୁ କୋଇଡା ବଜାର ଏରିୟାନ ବସ୍ତି ଦେଇ ଯାଇଥିବା ମୁଖ୍ୟ ରାସ୍ତା ଉପରେ ଭାଙ୍ଗିଯାଇଥିବା ଡମ୍ଫର , ହାଇୱା ଓ ଟ୍ରକ ଗାଡି ଗୁଡିକୁ ରଖାଯାଇ ସଜଡା ଯାଉଥିବା ଅଭିଯୋଗ ହୋଇଛି ।ଏହାସହ ଗୋଟିଏ ପଟେ ରାସ୍ତା ନିର୍ମାଣ କାମ ଚାଲୁଥିବା ବେଳେ ଅନ୍ୟପଟେ ଗାଡ଼ି ଚଳାଚଳ କରୁଛି । ଯାହା ଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ଲାଗିରହିଛି । ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।