Home ଓଡ଼ିଶା ଭତ୍ତା ପାଇଁ ଧାରଣା

ଭତ୍ତା ପାଇଁ ଧାରଣା

341

ଗଞ୍ଜାମ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଭତ୍ତା ପାଇଁ ଧାରଣାରେ ବସିଲେ ବୃଦ୍ଧ । ଏହା ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଳକ ଅନ୍ତର୍ଗତ ଦାନପୁରୁ ପଞ୍ଚାୟତରେ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ,  ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ମିଳିବା ପାଇଁ ଘୋଷଣା ହୋଇଥିଲା । ମାତ୍ର ୮୦ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତି ମାନେ ଭତ୍ତା ପାଇବାରୁ ଏବେ ବି ବଞ୍ଚିତ ରହିଛନ୍ତି । ଯେଉଁଥିପାଇଁ ଆଜି ଏ ଧାରଣା ହୋଇଛି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ,  ଦୁଇ ମାସ ପୂର୍ବରୁ ୩୦ ଜଣ ବୃଦ୍ଧ ଖଲିକୋଟ୍‌ ବ୍ଳକ ଆଗରେ ଅନଶନ କରିଥିଲେ । ବ୍ଳକ୍‌ କତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ସେମାନେ ଅନଶନ ଭାଙ୍ଗି ଥିଲେ । ଦୁଇ ମାସ ମଧ୍ୟରେ ଦାବି ପୂରଣ ନହେବାରୁ ସେମାନେ ପୁଣି ଅନଶନରେ ବସିଛନ୍ତି । ତେବେ ଏହାର କାରଣ ଦଳୀୟ ରାଜନୀତିର ଚାପ ଯୋଗୁଁ ସେମାନେ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ବରିଷ୍ଠ ନାଗରିକମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.