Home ଓଡ଼ିଶା ଜମୁଛି ରୂପଯାତ୍ରା

ଜମୁଛି ରୂପଯାତ୍ରା

169

କଟକ,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ଚୈାଦ୍ବାର ଐତିହାସିକ ରୂପଯାତ୍ରା କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ୪ ଦିନ ଧରି ଚାଲିବାକୁ ରହିଥିବା ବେଳେ ଚୈାଦ୍ବାର ବେଶ ଚଳଚଞ୍ଚଳ ହୋଇପଡିଛି । ଗତକାଲି ସଂଧ୍ୟାରେ ବିଭିନ୍ନ ପୂଜା ମଣ୍ଡପରୁ ଦେବାଦେବୀଙ୍କ ମୃଣୟ ପ୍ରତିମା ଶୋଭାଯାତ୍ରାରେ ମେଲଣ ପଡିଆ ଅଭିମୁଖେ ବାହାରିଛନ୍ତି । ରାମଦୋଳି, ମିକି ମାଉସ, ଡ୍ରାଗନ ଟ୍ରେନ, ବ୍ରେକଡ୍ୟାନ୍ସ, ଚକ୍ରିଦୋଳି ସହ ବିଭିନ୍ନ ପ୍ରକାରର ଘରକରଣା ଜିନିଷ ମେଳା ବଜାରକୁ ଅଧିକ ରଙ୍ଗୀନ କରିଦେଇଛି । ତେବେ ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଛି ଚୈଦ୍ବାର ରୂପଯାତ୍ରାର ଚାନ୍ଦି ମେଢ । ତା ସହିତ ସମସ୍ତ ୪୦ଟି ପେଣ୍ଡାଲରେ ପୂଜା ପାଉଥିବା ସମସ୍ତ ମୃଣୟ ପ୍ରତିମା ମେଲଣ ପଡିଆରେ ଏକାଠି ଗୋଟିଏ ଜାଗାରେ ୪୦ଟି ମେଢକୁ ଦେଖିବା ପାଇଁ ପାଖାପାଖି ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.