ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ଆଠଟା ବେଳେ ବ୍ରାହ୍ଣଣୀ ନଦୀର ଖଡ଼ଗପ୍ରସାଦ ଘାଟରୁ ଏକ ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଦୁଇ ନାଉରିଆ ଏବଂ ସାତ ଜଣ ଯାତ୍ରୀ ମୋଟ ୯ ଜଣ ନଦୀ ପାର ହେଉଥିଲେ। ହେଲେ ମଝି ନଈରେ ଡଙ୍ଗାଟି ବୁଡ଼ି ଯାଇଥିଲା। ପାଞ୍ଚ ଜଣ ପହଁରି ପହଁରି ରାତିରେ କୂଳରେ ଲାଗିଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଥିଲେ।