Home ଓଡ଼ିଶା ବୁଡିଲା ବ୍ରହ୍ମପୁର

ବୁଡିଲା ବ୍ରହ୍ମପୁର

761

ଭୁବନେଶ୍ଵର,୦୫/୦୯,(ଓଡ଼ିଆ ପୁଅ ପି ନାଏକ): ପାଣି ରେଶମ ନଗରୀ ବ୍ରହ୍ମପୁର ସହର। ଗତକାଲି ରାତିରୁ ମୂଷଳ ଧାରାର ବର୍ଷା ଲାଗି ରହିବା ଫଳରେ ବିଭିନ୍ନ ସ୍ଥାନରେ ଜଳ ଘେରି ସୃଷ୍ଟି ହୋଇଛି। ବିଶେଷ କରି ବ୍ୟାଙ୍କ କଲୋନୀ, ଗଜପତି ନଗର, ଧର୍ମନଗର ଓ ଗାନ୍ଧୀ ନଗରର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି। କିଛି ଘର ଭିତରେ ମଧ୍ୟ ପାଣି ପଶିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଣି ଜମି ରହିବାରୁ ଛୋଟ ଛୋଟ ପିଲାମାନେ ସ୍କୁଲ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.