ମହାରାଷ୍ଟ୍ର,୦୫/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ । ଅନେକ ସ୍ଥାନରେ ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ। ଯୁଆଡେ ଚାହିଁବ ପାଣି ଆଉ ପାଣି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ସବୁ ସ୍କୁଲ ଓ ଜୁନିୟର କଲେଜ ସବୁ ବନ୍ଦ ରଖାଯାଇଛି। ଦାଦର, ମାଟୁଙ୍ଗା, ସାୟନ, ହିନ୍ଦମାତା, ଅନ୍ଧେରୀ ସମେତ ଅନେକ ଉପମହାନଗରୀୟ ଅଞ୍ଚଳରେ ଆଣ୍ଠୁଏରୁ ଅଧିକ ଉଚ୍ଚରେ ପାଣି ଭରି ରହିଛି। ରାସ୍ତାରେ ପାଣି ଜମି ରହିଥିବାରୁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି। ଅନେକ ସ୍ଥାନରେ ରେଳ ଧାରଣା ଉପରେ ପାଣି ଜମିରହିଛି। ୨୦ଟି ବିମାନ ଉଡାଣ ବାତିଲ୍ କରିଦିଆଯାଇଛି। ରାସ୍ତା ଉପରେ ପାଣି ଜମିରହିଥିବାରୁ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି।







