କଳାହାଣ୍ଡି- ୨୬/୦୮/୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ସ୍ତାୟୀ ହାଇକୋର୍ଟ ବେଂଚ ସ୍ଥାପନ ଦାବୀ ନେଇ ସୋମବାର ଦିନ କଳାହାଣ୍ଡି ଜିଲ୍ଲା ବାର ଏସୋସିଏସନ ର ଆହ୍ୱାନ କ୍ରମେ ସମସ୍ତ କୋର୍ଟ କଚେରୀ ତଥା ଅଫିସ ସବୁ ବନ୍ଦ କରାଯାଇଥିଲା । ଜିଲ୍ଲା କୋର୍ଟ ସମ୍ମୁଖରେ ଓକିଳ ମାନେ ଧାରଣା ଦେବା ସହିତ କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ ବିଚାର ବିଭାଗୀୟ ଅଧିକାରୀ ମାନଙ୍କୁ ବାରଣ କରିବା ପରେ ସମସ୍ତେ ଦୀର୍ଘ ସମୟ ଧରି ବାହାରେ ଅପେ୩ା କରି ଫେରି ଯାଇଥିବା ଦେଖାଯାଇଥିଲା । ସେହିପରି ଓକିଳ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟାଲୟ ଗୁଡିକୁ ବନ୍ଦ କରିଥିଲେ । ସମଗ୍ର ଭବାନୀପାଟଣା ସମେତ ଜୁନାଗଡ, କେସିଙ୍ଗା, ଜୟପାଟଣା, ଧର୍ମଗଡ ଆଦି ବିଭିନ୍ନ ସହରରେ ଥିବା ସମସ୍ତ କୋର୍ଟ କଚେରୀ ବନ୍ଦ ରହିଥିଲା । ଦଳମତ ନିର୍ବିଶେଷରେ ସମସ୍ତେ କଳାହାଣ୍ଡି ଜିଲ୍ଲାର ସ୍ୱାଭିମାନ ବଜାୟ ରଖିବାକୁ ଆଗେଇ ଆସି ଏହି ବନ୍ଦକୁ ସମର୍ଥନ କରିଥିଲେ । ସରକାର କଳାହାଣ୍ଡିର ଭୌଗୋଳିକ ସ୍ଥିତିକୁ ଆଧାରକରି ଏଠାରେ ସ୍ଥାୟୀ ହାଇକୋର୍ଟ ସ୍ଥାପନ କରିବାରେ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ସମଗ୍ର କଳାହାଣ୍ଡି ବନ୍ଦ ଡାକରା ଦିଆ୍ାଇ ଜିଲ୍ଲାସାରା ସମସ୍ତ କୋର୍ଟ କଚେରୀ ଓ ଅଫିସ ସବୁକୁ ବନ୍ଦ କରିଦିଆଯିବ ବୋଲି ଓକିଳ ସଂଘ ସଭାପତି ଓ ସଂପାଦକ ମିଳିତ ବାବେ ପ୍ରକାଶ କରିଛନ୍ତି । ଜଷ୍ଟିସ ଯଶୋବନ୍ତ ସିଂ କମିଶନର ମାନଦଣ୍ଡ ଅନୁସାରେ ହାଇକୋର୍ଟକୁ ଦୀର୍ଘ ୧୨ ଘଂଟାର ଯାତ୍ରା, ଏକ ଅଂଚଳର ମାନ୍ୟତା, ଦଳିତ ଓ ଆଦିବାସୀ ବହୁଳ ଅଂଚଲ ଏବଂ ଅନ୍ୟାନ୍ୟ ପୃଷ୍ଠଭୂମିକୁ କଳାହାଣ୍ଡି ପୂରଣ କରୁଛି । ବର୍ତମାନ ହାଇକୋର୍ଟର ବିଚାରାଧିନ ଏକତୃତୀୟାଂଶ କେଶ ଏହି କେବିକେ ଅଂଚଳର ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କେବିକେର ମଧ୍ୟ ଭାଗରେ ହିଁ ଅବସ୍ଥିତ । କେବିକେ ଅଂଚଳର ମୋଟ ଜନସଂଖ୍ୟା ୧,୧୩,୦୧,୩୦୬ ହୋଇଥିବା ବେଳେ ସମଗ୍ର ଓଡିଶାର ଏକ ତୃତୀୟାଂଶ ଅଟେ । ଏହି ଅଂଚଳର ଆଦିବାସୀ ସଂଖ୍ୟା ୩୧,୩୯,୬୨୮ ହୋଇଥିବା ବେଳେ କଳାହାଣ୍ଡିରେ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ହେତୁ ଏଠାରେ ସ୍ଥୟୀ ବେଂଚ ସ୍ଥାପନର ଯଥାର୍ଥତା ରହିଥିବା ଆଲୋଚନା ହେଉଛି । ଏହି ଦାବୀ ନେଇ ପ୍ରତିମାସରେ ଶେଷ ସୋମବାର ଦିନ ସମସ୍ତ କୋର୍ଟ କଚେରୀ ବନ୍ଦ ପାଳନ କରାଯାଉଥିବା ଏବଂ କୋର୍ଟ ସମ୍ମୁଖରେ ଧାରଣା ଦିଆଯାଉଛି । ଜଷ୍ଟିସ ପାଳ କମିଶନ ରିପୋର୍ଟକୁ ସରକାର ତୁରନ୍ତ ବିଧାନ ସଭାରେ ଉପସ୍ଥାପନ କରିବାକୁ ଦାବୀ କରି ଆଜି ଏହି ଆନେ୍ଦାଳନକୁ ଆହୁରି ତୀବ୍ରତର କରିବା ପାଇଁ ଏବଂ ଏକ ଜନଆନେ୍ଦାଳନରେ ପରିଣତ କରି ନିଜ ଜିଲ୍ଲାର ହକ ଦାବୀ କରିବା ଉଦେ୍ଦଶ୍ୟରେ ବିଚାରାଳୟ ସମେତ ସମସ୍ତ ଅଫିସ ବନ୍ଦ କରାଯାଇଥିଲା । ଏହି ଆନେ୍ଦାଳନକୁ ସମର୍ଥନ କରି ଜିଲ୍ଲାସାରା ସମସ୍ତ କୋର୍ଟ କଚେରୀ ଓ କାର୍ଯ୍ୟାଳୟ ସବୁ ବନ୍ଦ ରହିଥିଲା ।








