ସମ୍ବଲପୁର, ୧୯ା୪(ଓଡ଼ିଆ ପୁଅ) – ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କ୍ଷେତିପଡା ଠାରେ ସ୍ୱାଧିନ ପ୍ରାର୍ଥୀ ଜୟବ୍ରତ ଦେଙ୍କ ନିର୍ବାଚନୀ ସଭାରେ କିଛି ଲୋକ ଅଣ୍ଡା ଓ ଟେକା ମାଡ କରିଥିବା ଧନୁପାଲି ଥାନାରେ ଅଭିଯୋଗ ହୋଇଛି। ଏନେଇ ଧନୁପାଲି ଥାନାରେ ଏକ ଷ୍ଟେସନ ଡାଏରୀ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୮ତାରିଖ ରାତି ୭ଟା ସମୟରେ ମୋତିଝରଣ ଅନ୍ତର୍ଗତ କ୍ଷେତିପଡାରେ ଜୟବ୍ରତଙ୍କ ନିର୍ବାଚନୀ ସଭା ଚାଲୁଥିବା ବେଳେ କିଛି ଲୋକ ଅଣ୍ଡା ଓ ଟେକା ପକାଇ ଗଣ୍ଡଗୋଳ କରିଥିଲେ। ଏଥିରେ ମହମ୍ମଦ କାଦିମଙ୍କ୍ ସ୍ତ୍ରୀ ସାହିସ୍ତା ପରବିନ୍ ଓ ଅନ୍ୟ କିଛି ଜଣ ସାମିଲ ଥିବା ବେଳେ ସୌଭାଗ୍ୟବଶତଃ ପଥର ଓ ଅଣ୍ଡା ତାଙ୍କ ଦେହରେ ବାଜି ନଥିଲା। ଅନ୍ୟପଟେ ମୋତିଝରଣ ଓ ସୁନାପାଲିରେ ପ୍ରଚାର କଲେ ତାଙ୍କ ହତ୍ୟା କରାଯିବ ବୋଲି ଏକ ମୋବାଇଲ ଫୋନ୍ ରୁ ଧମକ ଆସିଥିବା ଅଭିଯୋଗ ହୋଇଛି। ଏହା ସ୍ଥାନୀୟ ବିଧାୟିକାଙ୍କ ସମର୍ଥକ ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି।







