– ଦେବପ୍ରସାଦ ମିଶ୍ର
ବସନ୍ତ କାଳର ଆରମ୍ଭରେ ଯେତେବେଳେ ନାନା ଜାତିର ବୃକ୍ଷଲତା ପଲ୍ଲବିତ ଏବଂ ପୁଷ୍ପିତ ହୋଇ ପୃଥିବୀ ବକ୍ଷରେ ସୌନ୍ଦର୍ଯ୍ୟ ଏବଂ ସୌରଭରେ ପସରା ମେଲାଇ ଦିଏ, ଶସ୍ୟାଦି ଅମଳ ପରେ ବର୍ଷାଶୀତକ୍ଳିଷ୍ଟ କୃଷକ ଓ ଶ୍ରମିକ କୁଳ ମନରେ ସ୍ୱତଃ ଶାନ୍ତି ଏବଂ ଆନନ୍ଦର ଢେଉ ଖେଳିଯାଏ। ସେଥିରେ ଆତ୍ମହରା ହୋଇ ସେମାନେ ନାନାପ୍ରକାରେ ଏହି ବସନ୍ତ ଉତ୍ସବ ପାଳନ କରି ମନକୁ ଉତ୍ଫୁଲ୍ଲ କରିଥାନ୍ତି। ଆଦିବାସୀ ଅଞ୍ଚଳମାନଙ୍କରେ ଏହି ବାସନ୍ତିକ ପର୍ବ ଚଇତି ପର୍ବନାମରେ ଖ୍ୟାତ। ସମତଳ ଅଞ୍ଚଳମାନଙ୍କରେ ବିଶେଷତଃ ଗଞ୍ଜାମ ଜିଲ୍ଲାରେ ଲୋକେ ଦଣ୍ଡନାଚ କରି ବସନ୍ତାମୋଦ ଉପଭୋଗ କରିଥାନ୍ତି। ଏହା ଯେ ଖାଲି ଆମୋଦ ପ୍ରମୋଦ ମଧ୍ୟରେ ସୀମିତ ତା ନୁହେଁ। ଏଥିରେ ଧର୍ମନିଷ୍ଠା ଏବଂ ଈଶ୍ୱର ଭୀତି ଏବଂ ଭକ୍ତି ପୂର୍ଣ୍ଣମାତ୍ରାରେ ଜଡିତ ଥାଏ। ଘୁମୁସର ଅଞ୍ଚଳରେ ପ୍ରଥମେ ଏ ଦଣ୍ଡନାଚର ଉଭବ ଏବଂ ପରେ କ୍ରମଶଃ ତାହା ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଥିବା ଦେଖାଯାଏ। ଏହି ପର୍ବ ଚୈତ୍ର ବା ମୀନ ମାସର ଦ୍ୱିତୀୟାର୍ଦ୍ଧରେ ଶେଷ ତେର ଦିନ ପାଳିତ ହୋଇ ମାସାନ୍ତରେ ଶେଷ ହୁଏ। ଅନ୍ୟାନ୍ୟ ନାଟ ଯାତ୍ରା ପରି ଏହା କେବଳ ମଉଜ ମଜଲିସ ମଧ୍ୟରେ ସୀମାବଦ୍ଧ ନୁହେଁ। ଏହା ଏକ ସଂପୂର୍ଣ୍ଣ ଧାର୍ମିକ ଅନୁଷ୍ଠାନ। ଏଥିର ଅଧିଷ୍ଠାତା ଏବଂ ଅଧିଷ୍ଠାତ୍ରୀ ଦେବତା ଯଥାକ୍ରମେ ମହାଦେବ ଏବଂ କାଳିକା। ମହାଦେବ ଏବଂ କାଳିକାଙ୍କ ପ୍ରତି ଲୋକଙ୍କର ଅସୀମ ଭୟ ଭକ୍ତି ଥାଏ। ପୁରୀରେ ଲୋକେ ଜଗନ୍ନାଥଙ୍କୁ ଯେତେ ଭୟ ଭକ୍ତି କରନ୍ତି। ତା ଅପେକ୍ଷା ଅଧିକ ଭୟ ଭକ୍ତି କରନ୍ତି ଲୋକନାଥଙ୍କ ପ୍ରତି। ଲୋକନାଥଙ୍କ ଗଣ କହିଲେ ଲୋକେ ଭୟଭୀତ ହୋଇ ପଡନ୍ତି। ସେହିପରି ଲୋକେ ଲକ୍ଷ୍ମୀଙ୍କଠାରେ ଭୟଶୂନ୍ୟ କିନ୍ତୁ ବିମଳାଙ୍କ ନାମ ଶୁଣିଲେ ତ୍ରସ୍ତ ହୋଇପଡନ୍ତି। ଏହି ମହାଦେବ ଏବଂ କାଳିକାଙ୍କ ଭୟରେ ନାଟୁଆମାନେ ନିଷ୍ଠାପର ରହନ୍ତି ଏବଂ ତେର ଦିନ କୌଣସି ମିଥ୍ୟା ବା ଅନା·ର ଆଚରଣ କରନ୍ତି ନାହିଁ। ଏହି ନାଟୁଆମାନଙ୍କ ମଧ୍ୟରୁ ତେର ଜଣଙ୍କୁ ତେର ଭକ୍ତ କୁହାଯାଏ। ସେମାନଙ୍କୁ ଋଷିପୁତ୍ର ବୋଲି ସମ୍ବୋଧନ କରାଯାଏ। ପ୍ରଥମ ଦିନ ବନ୍ଧ ବା ନଦୀତୁଠରେ ଗ୍ରାମ ପୁରୋହିତ ଆସି ହୋମ କରନ୍ତି ଏବଂ ଯେ କୌଣସି ଜାତିର ହୋଇଥାନ୍ତୁ ପଛକେ, ଏହି ଋଷିପୁତ୍ରମାନଙ୍କୁ ଉପବୀତ ଧାରଣା କରାନ୍ତି। ପବିତ୍ର ମନରେ ସେଠାରେ ଅରଣୀ ଘଷି ଅଗ୍ନି ଉତ୍ପାଦନ କରନ୍ତି ଏବଂ ସେହି ଅଗ୍ନି ତେର ଦିନ ଯାଏ ଅତି ଯତ୍ନରେ ପାଳ ବର ମଧ୍ୟରେ ରାଖାଯାଏ।ଦଣ୍ଡଘରେ କାଳିକା ବିଜେ କରାଯାଏ ଏବଂ ଏହି ବରରେ ଅଖଣ୍ଡ ଅଗ୍ନି ତାଙ୍କରି ପାଖରେ ରଖାଯାଏ। ତେର ଭକ୍ତଙ୍କ ମଧ୍ୟରୁ ଜଣେ ନିଷ୍ଠାପୂତ ଭାବରେ ଦିନରେ ଥରେ ମାତ୍ର ପାରଣା କରି ଏହି ଅଗ୍ନିକୁ ସୁରକ୍ଷା କରିଥାନ୍ତି। ବିଭିନ୍ନ ସ୍ଥାନକୁ ନାଟ ·ଲେ। ଅନ୍ୟ ଏକ ବରରେ ଏଥିରୁ ଅଗ୍ନି ନେଇଯିବାକୁ ହୁଏ। ·ରିଗୋଟି ମାଟିର ଦିହୁଡି ବା ଦଣ୍ଡରେ ଏଥିରୁ ଅଗ୍ନି ସଞ୍ଚୟ କରି ଝୁଣା ମରାଯାଇଥାଏ। ପ୍ରତ୍ୟେକ ଭକ୍ତ ଗୋଟିଏ ଗୋଟିଏ ବିଡା ମୟୁରପୂଚ୍ଛ ଏବଂ ତ୍ରିକୋଣାକାର ପତାକା ଧାରଣ କରନ୍ତି। ଗାଁ ଦାଣ୍ଡରେ ଢୋଲ ବଜାଇ ଏହି ପୁଚ୍ଛକୁ ହଲାଇ ହଲାଇ “ଶ୍ରୀକଳାରୁଦ୍ର ମଣିଙ୍କୁ ଭଜ ହେ” ଡାକ ଦେଇ ଶୋଭାଯାତ୍ରା କଲାବେଳେ ବଡ ସୁନ୍ଦର ଦିଶେ ଏବଂ ଗ୍ରାମବାସୀଙ୍କ ଭକ୍ତି ଉଦ୍ରେକ ହୁଏ। ଝୁଣାଧୁଆଁ ଏବଂ ମୟୁର ପୁଚ୍ଛ ବସନ୍ତ ପ୍ରତିଷେଧକ। ଏହି ବସନ୍ତ କାଳରେ ବସନ୍ତରୋଗର ପ୍ରାଦୁର୍ଭାବ ହୁଏ, ଏହି କଥା ଉପଲବ୍ଧି କରି କେଉଁ ମହାପୁରୁଷ ଏ ଉଭୟକୁ ଏ ନାଟ ମଧ୍ୟରେ ସମାବେଶ କରିଛନ୍ତି। ଏ ଭକ୍ତମାନେ ଏ ତେରଦିନ ଆଉ ନିଜ ନିଜ ଘରକୁ ଯାନ୍ତି ନାହିଁ। କୌଣସି ଆମ୍ବ ତୋଟାରେ ବା ଶିବମନ୍ଦିରରେ ଦିନଯାକ ରହି ସେଠାରେ ରୋଷେଇ କରି ଦେବତାଙ୍କୁ ଅର୍ପଣ କରି ଭୋଜନ କରନ୍ତି। ଯେଉଁ ଗ୍ରାମ ବା ବ୍ୟକ୍ତିଙ୍କଦ୍ୱାରା ବରିତ ହୋଇଥାନ୍ତି ସେହି ଗ୍ରାମ ବା ବ୍ୟକ୍ତି ଏମାନଙ୍କର ଚର୍ଚ୍ଚା କରିଥାନ୍ତି। ରାତିରେ ତାଙ୍କରି ଦ୍ୱାରେ ନାଟ ହୁଏ। ସେଥିରୁ ଲବ୍ଧ ଧନ ନାଟୁଆମାନେ ନିଅନ୍ତି ନାହିଁ, ତାହା ଗଚ୍ଛିତ ରହେ ଏବଂ କୌଣସି ଧର୍ମଶାଳା, ଦେବମନ୍ଦିର କୂଅ ବା ପୋଖରୀ କରିବାରେ ବିନିଯୋଗ ହୁଏ। ଏମାନଙ୍କର ଖାଇବାରେ ବଡ କଟକଣା। ଜଳପାନ, ଲିଆ, ଗୁଡ ଖାଉ ଖାଉ ଲିଆରୁ ଖଇଟିଏ କିମ୍ବା ଭିତରୁ ବାଳ ବା କୌଣସି ଜିନିଷ ବାହାରିଲେ ଭକ୍ତ ନ ଖାଇ ଉଠି ପଡନ୍ତି ଏବଂ ଖାଡେ ଖାଡେ ଉପବାସ ରହନ୍ତି। ଖାଇବସିବାବେଳେ ବାହାରୁ କାହାର ତୁଣ୍ଡ ଶୁଭିଲେ ନ ଖାଇ ଉଠିପଡନ୍ତି। ସେଥିପାଇଁ ଭୋଜନ ବା ଜଳପାନ ବେଳେ ଢୋଲ ବଜାଯାଇ ଥାଏ, ଯେପରି କାହାରି ପାଟିତୁଣ୍ଡ ଏମାନଙ୍କ କର୍ଣ୍ଣଗୋଚର ନ ହୁଏ।
ଏ ନାଟର ବାଦ୍ୟଯନ୍ତ୍ର ମଧ୍ୟରେ ଗୋଟିଏ ବା ଦୁଇଟି ବଡ ବଡ ଢୋଲ, କରତାଳ ଏବଂ ମହୁରୀ। ଢୋଲ ବାଦ୍ୟ ଏବଂ ମହୁରୀ ବାଦ୍ୟରେ ଏକ ସ୍ୱତନ୍ତ୍ର କଳା ପରିସ୍ପୁଟ ହୋଇଥାଏ। ସେମାନେ ଝୁଲର ଖାପବାଡି ବାନ୍ଧି ବିଭିନ୍ନ ଢଙ୍ଗରେ ବାଦନ ପରାକାଷ୍ଠା ଦେଖାଇ ନିଜେ ନାଚ କରି ନାଟୁଆମାନଙ୍କୁ ନଚାଇଥାନ୍ତି। ରାତିରେ ନାଟ ହୁଏ। ପ୍ରଥମେ କାଳିକା ନାଚ। ଜଣେ ଭକ୍ତ କାଳିକା ବେଶ ପକାନ୍ତି ପଛରେ ଏକ ପରଭା ବନ୍ଧାଯାଏ। ଢୋଲର ତାଳେ ତାଳେ ନାଚିନାଚି ଶେଷରେ ମୂର୍ଚ୍ଛା ହୋଇପଡନ୍ତି। ତାଙ୍କୁ କାଳିକା ପ୍ରସନ୍ନ ହେଲେବୋଲି କହନ୍ତି। ତା ପରେ ଚଡେୟା, ଚଢେଇଆଣୀ, ସଉରା ସଉରୁଣୀ, ଶବର ଶବରଣୀ, ବୀଣାକାର କାରୁଆଣୀ ଏହି ·ରୋଟି ମାତ୍ର ସୁଆଙ୍ଗ ବାହାରେ। କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ଆସି ନାନା ପୁରାଣରୁ ଆଖ୍ୟାୟିକାମାନ କଥୋପକଥନ ଛଳରେ ଗାନ କରି ନୃତ୍ୟ ଦେଖାନ୍ତି। ଅବଶ୍ୟ ମଝିରେ ମଝିରେ କେତକ ହାସ୍ୟରସୋଦ୍ଦୀପକ ସୁଆଙ୍ଗ ବାହାରିଥାଏ। ଘୁମୁସରରେ ଏହି ନାଟର ଉତ୍ପତ୍ତି ଏବଂ ଘୁମୁସରର ବେଲଗୁଣ୍ଠାବାସୀ ଆନନ୍ଦଚନ୍ଦ୍ର, କବିଚନ୍ଦ୍ର, କୋକଲଣ୍ଡାର ନୀଳାମ୍ବର ମିଶ୍ର, କଇଣ୍ଡିର ଆନନ୍ଦ ଭୂୟାଁ ଏବଂ ୟୁଲିଣ୍ଡିର ନୀଳକଣ୍ଠ ପଟ୍ଟନାୟକ ଏହି ଦଣ୍ଡ ନାଟର ରଚୟିତା। ଦଣ୍ଡନାଟ ଉପଯୋଗୀ ସ୍ୱରରେ ଏମାନେ ପୌରାଣିକ ଉପାଖ୍ୟାନମାନ ରଚନା କରି ଯାଇଛନ୍ତି। ଅଧିକାଂଶ ରଚନା ବଡ ମଧୁର ଚିତ୍ତାକର୍ଷକ ଏବଂ ଭାବପୂର୍ଣ୍ଣ।ଯେଉଁ ଗାଁ ରେ ଏମାନେ ନାଟ ପାଇଁ ବରିତ ହୋଇଥାନ୍ତି ମଧ୍ୟାହ୍ନରେ ପ୍ରଚଣ୍ଡ ଖରାରେ ଗାଁ ଦାଣ୍ଡରେ ଧୂଳିଦଣ୍ଡ ଭଙ୍ଗାଯାଏ ବା କରାଯାଏ। ଏଥିରେ ଗ୍ରାମବାସୀଙ୍କର ଶିକ୍ଷାପ୍ରଦ କୃଷି ଓ ଶିଳ୍ପର ଅଭିନୟଦ୍ୱାରା ପ୍ରଦର୍ଶନ କରାଯାଇଥାଏ। ଯଥା – ·ଷ, ଲୁଗାବୁଣା, ଧାନ ଅମଳ, ପାଣିବୁହା, ଦେଉଳ ତୋଳା, ପୋଖରୀ ଖୋଳା ପ୍ରଭୃତି। ·ରି ·ରି ଜଣ ଭକ୍ତ ·ରିକଣିଆ କରି ୟା ଗୋଡକୁ ତା ମୁଣ୍ଡ ଏହିପରି ଶୋଇ ଧାନ କିଆରୀ କରନ୍ତି। ଧୂଳିର ଧାନ ବୁଣାଯାଏ। ଦୁଇଜଣ ବଳଦ ହୁଅନ୍ତି। ଅନ୍ୟଜଣେ ସେମାନଙ୍କୁ ଡେଇଁ ·ଷ କରେ, ଧାନ ବୁଣେ। ଲୁଗାବୁଣାରେ ମଧ୍ୟ ଦୁଇ ଧାଡିରେ ଠିଆ ହୋଇ ବାଳ ମୁକୁଳା କରି ତନ୍ତ ଚଳାଇଲା ପରି ହଲି ଲୁଗାବୁଣା ଦେଖାନ୍ତି, ଈତ୍ୟାଦି। ସୁଆଙ୍ଗ ଗୁଡିକ ଆଦିବାସୀମାନଙ୍କ କାର୍ଯ୍ୟର ଅନୁକରଣରେ କରାଯାଇଥାଏ। ଚଢେୟା ଚଢେଇ ମାରିବା, ସଉରା ବଣଜଙ୍ଗଲରୁ ପତର କାଠ ସଂଗ୍ରହ କରିବା, ଶବର ଶିକାର କରିବା ଇତ୍ୟାଦି।ବର୍ତ୍ତମାନ ଏ ସବୁ ଥାଇ ଆଧୁନିକ ରୁଚିସମ୍ପନ୍ନ ଥିଏଟରମାନଙ୍କ ନାଟ ମଧ୍ୟରେ ସମାବେଶ କରାଯାଇଅଛି। ଶେଷ ଦିବସରେ ଦଣ୍ଡଘର ଠାରେ ମହାଦେବ ଓ କାଳିକାଙ୍କ ପୂଜାବିଧି କରାଯାଏ। ଲୋକେ ନାନା ପ୍ରକାର ଫଳ – ନଡିଆ, କଦଳୀ, ଲିଆ ଭୋଗକରିବାକୁ ଆଣନ୍ତି। ଜଣେ ନିଷ୍ଠାପର ଭକ୍ତଙ୍କୁ ଗୋଡବାନ୍ଧି ଝୁଲାଇ ତାଙ୍କ ଦେହକୁ ଝୁଣା ନିଆଁ ମରାଯାଏ। ତହିଁଆରଦିନ ମେଷ ସଂକ୍ରାନ୍ତିରେ ଏମାନେ ତୋଟାମାଳେ ଭୋଜି କରି ପଇତା ବାହାର କରି ନିଜ ନିଜ ଘରକୁ ଫେରନ୍ତି। ଗଂଜାମର ଶ୍ରୀ ବାଞ୍ଚାନିଧି ପଟ୍ଟନାୟକ ଦଣ୍ଡନାଟ ଉପରେ ବହୁ ପ୍ରକାର ରଚନା କରିଛନ୍ତି।ଏବେବି ଗଂଜାମ ଜିଲାରେ ଏପ୍ରଥା ଚାଲୁରହିଛି।
ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮