କୋରାପୁଟ ; ତା୨୨-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଲକ୍ଷ୍ମିପୁର ବିଜେପି କାର୍ଯ୍ୟାଳୟରେ ଆଜି କର୍ମୀମାନେ ତାଣ୍ଡବଲୀଲା କରି ଅଫିସ ଭଙ୍ଗାରୁଜା କରିଥିଲେ।ଗତକାଲି ଲକ୍ଷ୍ମିପୁର ବିଧାନସଭା ଆସନ ନିମନ୍ତେ ବିଜେପି କୁମୁଦ ଚନ୍ଦ୍ର ସାଉଁତାଙ୍କ ନାମ ଘୋଷଣା କରିଥିଲେ।ତା ପରେ ଆଜି ବିଜେପି କର୍ମି ଓ ଆଶାୟୀମାନେ କାର୍ଯାଳୟରେ ପହଂଚି ସମସ୍ତ ଜିଣିଷ ଫୋପାଡିଦେଇ ଜାଳିଦେଇଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧନଙ୍କ ଫୋଟୋ ଥିବା ପୋଷ୍ଟର ଓ ବିଜେପି ପତାକାଗୁଡିକ ପୋଡିଦେଇଥିଲେ।ଜୟରାମ ପାଙ୍ଗୀଙ୍କ ବିରୋଧରେ ସ୍ଲୋଗାନମାନ ଦେଉଥିବା ନଜର କରାଯାଇଥିଲା।