Home ଜିଲ୍ଲା ପରିକ୍ରମା ବେନାମୀ ଡାକ୍ତର ଙ୍କୁ ୫ବର୍ଷ କାରାଦଣ୍ଡସହ ୩ହଜାର ଟଙ୍କା ଜରିମାନା

ବେନାମୀ ଡାକ୍ତର ଙ୍କୁ ୫ବର୍ଷ କାରାଦଣ୍ଡସହ ୩ହଜାର ଟଙ୍କା ଜରିମାନା

189

ମାଲକାନଗିରି,୨୨ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଜଣେ ବେନାମି ଡାକ୍ତର ତଥା କ୍ୱାକଙ୍କୁ ସିଜେଏମ କୋର୍ଟ ପକ୍ଷରୁ ବିଚାର କରାଯାଇ ୫ବର୍ଷ କାରଦଣ୍ଡ ସହ ୩ହଜାରଟଙ୍କା ଜରିମାନା ରେ ଦଣ୍ଡିତ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଗତ ୧୯୯୪ ମସିହାରେ ମାଲକାନଗିରି ଜିଲ୍ଲା ଏମପିଭି ୬୬, ଏମପିଭି ୫୪ ଓ କଲିକତାରେ ଘରୋଇ ବାନେମି କ୍ଲିନକ ଖୋଲି କ୍ୱାକ ବିଶ୍ୱନାଥ ରାହା ନାମକ ଯୁବକ ରୋଗୀ ମାନଙ୍କୁ ଚିକିତ୍ସା କରୁଥିଲେ ।ଗତ୧୯.୯.୧୯୯୪ ମସିହାରେ ଏମଭି୨୨ଗ୍ରାମର ବାସୁଦେବ ମଣ୍ଡଳ ନାମକ ଯୁବକଙ୍କର ହାର୍ନିଆ ଅପରେସନ କରିବା ନାମରେ ୩୦୦ଟଙ୍କାନେଇ ଏକ ବ୍ଲେଡ ରେ ବାସୁଦେବଙ୍କ ଅଣ୍ଡକୋଷକୁ କାଟିପକାଇଥିଲେ । ସେ ଭଲ ହେବା ବଦଳରେ ତାଙ୍କର ଅତ୍ୟଧିକ ରକ୍ତଶ୍ରାବ ହୋଇ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପରିବାର ଲୋକେ ମାଲକାନଗିରି ଡାକ୍ତର ଖାନାକୁ ନେଇଥିଲେ  ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର କୋରାପୁଟ ଠାରେ ମୃତ୍ୟୁ ହୋଇଯାଇଥିଲା । କ୍ୱାକ ଙ୍କ ପାଇଁ ଜଣେ ଯୁବକର ପ୍ରାଣ ଗଲା ବୋଲି ଏ ସଂପର୍କରେ ପରିବାର ଲୋକେ ମାଲକାନଗିରି ଥାନାରେ ଅଭି ଯୋଗ କଲାପରେ ପୁଲିସ ତାଙ୍କୁ ଗତ୩୦.୯. ୧୯୯୪ରେ ଗିରଫ କରି କୋର୍ଟଚାଲାଣ କରିଥିଲେ । ଗତକିଛି ବର୍ଷତଳେ ସେ ଜାମିନି ରେ ଆସି ଫେରାର ହୋଇ ଯାଇଥିଲେ , ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚଲାଣ କରିଥିଲେ । ଆଜି ସେହି କେସର ବିଚାର ମୁଖ୍ୟବିଚାର ବିଭାଗୀୟ ଦଣ୍ଡାଧିକାରୀ(ସିଜେଏମ)ଓ ସହକାରି ଦୈରାଜଜ ଙ୍କ ଅଦାଲତରେ ୧୫ଜଣ ସାକ୍ଷୀପ୍ରମାଣକୁ ବିଚାରକୁ ନେଇ  ଆସାମୀ କ୍ୱାକ ନକଲି ଡାକ୍ତର ବିଶ୍ୱନାଥ ରାହା ଙ୍କୁ ୫ବର୍ଷ ସଶ୍ରମ କାରାଦାଣ୍ଡ ସହ ୩ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡରେ ଦଣ୍ଡିତକରା ଯିବ ବୋଲି ମୁଖ୍ୟବିଚାର ବିଭାଗୀୟ ଦଣ୍ଡାଧିଶ ଶ୍ରୀ ଯୁକ୍ତ ଦେବାସିଶ ପଣ୍ଡା ବିଚାର କରି ରାୟଶୁଣାଇବା ପରେ ଆସାମୀଙ୍କୁ ଜେଲକୁ ପଠାଇ ଦିଆ ଯାଇଛି । ଏହି କେସଟିକୁ ସରକାରି ଓକିଲ ଗୋପାଳ କୁଷ୍ଣ ପଣ୍ଡା ପରିଚାଳନା କରିଥିଲେ । ବିଳମ୍ବ ହେଲେ ମଧ୍ୟ ଆସାମିଙ୍କୁ ଦଣ୍ଡମିଳିଥିବାରୁ ମୃତ ବାସୁଦେବ ମଣ୍ଡଳଙ୍କ ପରିବାର ଖୁସି ହୋଇଛନ୍ତି । ଜଣେ ବେନାମୀ ଡାକ୍ତର କ୍ୱାକଙ୍କୁ କାରାଦଣ୍ଡ ହେବାପରେ  ମାଲକାନଗିରି ରେ ଥିବା ବେନାମୀ ଡାକ୍ତର ଓ ଗାଁ ଗହଳରେ ରୋଗିଙ୍କୁ ଚିକିତ୍ସା କରୁଥିବା କ୍ୱାକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.