କୋରାପୁଟ ୦୨-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଆଜି ସକାଳେ କୋରାପୁଟସ୍ଥିତ ରଙ୍ଗବାଲି କୁମ୍ଭାରେ ବିଜେପିର ସ୍ୱଛ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତଏକ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ମଧ୍ୟ ଉପସ୍ଥିତ ଥିଲେ।ଗ୍ରାମ ଦାଣ୍ଡରେ ଝାଡୁଧରି ମନ୍ତ୍ରୀ ଶ୍ରୀ ଓରାମ ଓ ଅନ୍ୟମାନେ ସଫେଇ କରିଥିଲେ।ଗ୍ରାମର ଶିଶୁମାନଙ୍କୁ ସ୍ୱଛତା ଉପରେ ସଚେତନତା କରାଯାଇଥିଲା।କୋରାପୁଟ ଜିଲ୍ଲା ସବାପତି ବିଜୟ କୁମାର ମିଶ୍ର ଓ ଅନ୍ୟାନ୍ୟ ଜିଲ୍ଲା କର୍ମକର୍ତା ଉପସ୍ଥିତ ରହି ଝାଡୁ କରିଥିଲେ। ଇାହାର ସଫା କରିବା ସହ ହୃଦୟକୁ ସଫା କରିବା ଦରକାର ବୋଲି ପୂର୍ବତନ ମନ୍ତ୍ରୀ ଗିରିଧର ଗମାଙ୍ଗ ପ୍ରକାଶ କରିଥିଲେ।ଗତ ୪ ବର୍ଷ ମଧ୍ୟରେ ସ୍ୱଛ ଭାରତ ମିଶନ ତରଫରୁ କରାଯାଉଥିବା କାର୍ଯ୍ୟକ୍ରମ ଅତି ସଫଳତାର ସହ ଅଗ୍ରଗତି କରୁଛି ବୋଲି ମନ୍ତ୍ରୀ ଶ୍ରୀ ଓରାମ ପ୍ରକାଶ କରିଥିଲେ।ଜନସାଧାରଣ ସ୍ୱଛତା ପ୍ରତି ସଚେତନ ହେବାକୁ ପଡିବ ବୋଲି ସେ ସୂଚନା ଦେଇଥିଲେ। ପୂର୍ବତନ ସଭାପତି ଜୟରାମ ଗରାଡା, ଅଶ୍ୱିନୀ ପଟନାୟକ, ଜି.ସଂଜିବ କୁମାର, ଶିଶିର ଗମାଙ୍ଗ, ଦେବେନ୍ଦ୍ର ବାହିନିପତି, ବିଜୁ ଦଳେଇ, ସନ୍ତୋଷ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।








