Home ଅପରାଧ କୋରାପୁଟ ଅବକାରୀ ଚଢାଉ: ୪୮ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ

କୋରାପୁଟ ଅବକାରୀ ଚଢାଉ: ୪୮ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ

120

କୋରାପୁଟ ୦୨-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଅବକାରୀ ଅଧିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ମାଛକୁଣ୍ଡ ଥାନା ଅନ୍ତର୍ଗତ ମଣ୍ଡାଇ ପୁଟଠାରେ ଚଢାଉ କରାଯାଇଥିଲା ବୋଲି କୋରାପୁଟ ଅବକାରୀ ନିରୀକ୍ଷକ ଏମ.ଏମ.ଧାଙ୍କଡା ମାଝି ସୂଚନା ଦେଇଥିଲେ। ଅବକାରୀ ନିରୀକ୍ଷକ ଏନ.ଏମ.ଚୌଧୁରୀ ଓ କର୍ମଚାରୀମାନେ ମଣ୍ଡାଇପୁଟଠାରେ ଚଢାଉ ସମୟରେ ଲବ ସେଠୀ ନାମ ଯୁବକଙ୍କଠାରୁ ୪୮ କେଜି ଗଞ୍ଜେଇ ଜବତ କରାଯାଇଥିଲା ବୋଲି ଶ୍ରୀ ମାଝି ପ୍ରକାଶ କରିଥିଲେ। ଏହି ମାମଲାରେ ଲବ ସେଠୀଙ୍କୁ ଗିରଫ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.