Home ଓଡ଼ିଶା ଅହମ୍ମଦାବାଦର ଶ୍ରେୟ ହସ୍ପିଟାଲରେ ଅଗ୍ନିକାଣ୍ଡ – ୮ କରୋନା ରୋଗୀଙ୍କ ମୃତ୍ୟୁ

ଅହମ୍ମଦାବାଦର ଶ୍ରେୟ ହସ୍ପିଟାଲରେ ଅଗ୍ନିକାଣ୍ଡ – ୮ କରୋନା ରୋଗୀଙ୍କ ମୃତ୍ୟୁ

109

ଅହମ୍ମଦାବାଦ, ୦୬ ଅଗଷ୍ଟ (ଓଡ଼ିଆ ପୁଅ) ଗୁରୁବାର ସକାଳେ ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସହରରେ ଅବସ୍ଥିତ କରୋନା ଡେଡିକେଟ୍ ହସ୍ପିଟାଲ୍ ଶ୍ରେୟ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଆଇସିୟୁରେ ସକାଳ ୩: ୧୫ ରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ପାରା ମେଡିକାଲ କର୍ମଚାରୀ ଆହତ ହୋଇଛନ୍ତି।

– ସକାଳ ୩.୨୨ ରେ ଶ୍ରେୟ ହସ୍ପିଟାଲ ଦ୍ୱାରା ଅଗ୍ନିଶମ ବିଭାଗକୁ ଏକ କଲ କରାଯାଇଥିଲା।

– ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅପରାହ୍ନ ୪.୨୦ ରେ ନିଆଁକୁ ଆୟତ୍ତ କରିଥିଲେ।

– ଯେତେବେଳେ ଅଗ୍ନିକାଣ୍ଡ ଘଟିଲା, ଆଇସିୟୁରେ ୧୦ ଜଣ କରୋନା ରୋଗୀ ଥିବାବେଳେ ପୁରା ଡାକ୍ତରଖାନାରେ ୪୯ ଜଣ କରୋନା ରୋଗୀ ଥିଲେ। ଏଥିମଧ୍ୟରୁ ଆଠ ଜଣଙ୍କର ମୃତ୍ୟୁ ହୋଇଛି।

– ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅରବିନ୍ଦ ଭବସର, ନବୀନଲାଲ ଶାହା, ଲୀଲାବତୀ ଶାହା, ଆୟେଶବେନ ତିରମିଶ, ମନୁଭାଇ ରାମି, ଜ୍ୟୋତି ସିନ୍ଧି, ନରେନ୍ଦ୍ର ଶାହା ଏବଂ ଆରିଫ ମାନସୁର ଅଛନ୍ତି। ଏହି ଆଠ ଜଣଙ୍କ ଶ୍ରେୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା।

– ବର୍ତ୍ତମାନ ଅବଶିଷ୍ଟ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଫୋରେନସିକ୍ ବିଭାଗର ଟିମ୍ ତଦନ୍ତ ପାଇଁ ପହଞ୍ଚିଛନ୍ତି।

– ଏହା ସହିତ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ବିଭାଗର ଟିମ୍ ମଧ୍ୟ ଶ୍ରେୟ ହସ୍ପିଟାଲରେ ପହଁଚିଛନ୍ତି।

– ଅଗ୍ନିକାଣ୍ଡର କାରଣକୁ ସର୍ଟ ସର୍କିଟ ବୋଲି କୁହାଯାଉଛି।

– କିଛି ଲୋକ କହିଛନ୍ତି ଯେ ଆଇସିୟୁରେ ସର୍ଟ ସର୍କିଟ ଘଟି ନିଆଁ ଲାଗିଥିଲା।

– ତେବେ ଅଗ୍ନିକାଣ୍ଡ କିପରି ଘଟିଲା ସେନେଇ ଫରେନସିକ୍ ବିଭାଗର ଟିମ୍ ତଦନ୍ତ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.