Home ଓଡ଼ିଶା କାଳିଆ ଯୋଜନାରେ ଉପକୃତ ହେବେ ୭୫ ଲକ୍ଷ ଚାଷୀ

କାଳିଆ ଯୋଜନାରେ ଉପକୃତ ହେବେ ୭୫ ଲକ୍ଷ ଚାଷୀ

163

ଭୁବନେଶ୍ୱର ୨୮-୬ (ଓଡ଼ିଆ ପୁଅ) ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କୃଷିରୁ ଆରମ୍ଭ କରିଛନ୍ତି ବଜେଟ୍ ଉପସ୍ଥାପନା। ମହିଳା ଓ ଶିଶୁଙ୍କ ଉନ୍ନତି ଓ ଅଧିକାର ପାଇଁ ପ୍ରତିଶୃତିବଦ୍ଧ ତେଣୁ ପ୍ରଥମ ଥର ପାଇଁ ମହିଳା ଓ ଶିଶୁ ବଜେଟ ଉପସ୍ଥାପିତ ହୋଇଛି। ମହିଳା ସଶକ୍ତୀକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା କଥା କହିଛନ୍ତି ଅର୍ଥମନ୍ତ୍ରୀ। କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କାଳିଆ ଯୋଜନାରେ ଭୂମିହୀନ ଓ ଭାଗ ଚାଷୀଙ୍କୁ ସୁବିଧା ମିଳୁଛି। ୨୦୧୩-୧୪ ତୁଳନାରେ ବ୍ୟୟ ବରାଦ ପରିମାଣ ୩ ଗୁଣ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ କହିଲେ- ୨୦୧୩-୧୪ରେ କୃଷି ବଜେଟ ଅଟକଳ ଥିଲା ୭୧୬୨ କୋଟି, ୨୦୧୯-୨୦ରେ କୃଷି ବଜେଟ ପରିମାଣ ହେଲା ୨୦ ହଜାର ୭୧୪ କୋଟି। ଏହା କୃଷକଙ୍କ ପାଇଁ ଖୁସିର ଖବର, ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ମିଳିବ।

ରାଜ୍ୟର ମୋଟ ବଜେଟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା। ତେବେ କେଉଁ ବିଭାଗକୁ କେତେ ମିଳିଲା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କା । ବସୁଧା ଯୋଜନା ପାଇଁ ୨ ହଜାର ୭୪୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ଲୋକଙ୍କୁ ପାଇପ ଯୋଗେ ଜଳ ଯୋଗାଣ କରାଯିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କା। ସେଥିରୁ ପ୍ରଶାସନିକ ବ୍ୟୟ ଅଟକଳ ୫୭ ହଜାର ୩୫୦ କୋଟି, ଦରମା ପାଇଁ ୨୫ ହଜାର ୫୦୦ କୋଟି ଟଙ୍କା, ସୁଧ ଦେୟ ପାଇଁ ୧୩ ହଜାର ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪୦୦ କୋଟି, ଉଦ୍ୟାନ କୃଷି ପାଇଁ ୧୦୦ କୋଟି, କାଳିଆ ଯୋଜନା ପାଇଁ ୫,୬୧୧ କୋଟି। ଉଠାଜଳସେଚନ ପାଇଁ ୧୦୭୭ କୋଟି, ଜୈବିକ କୃଷି-୩୧ କୋଟି, ବିପର୍ଯ୍ୟୟ ପରିଚାଳନ ପାଇଁ-୪୬୦୦କୋଟି, ଜାଗା ମିଶନ ପାଇଁ-୧୦୦ କୋଟି,ପର୍ଯ୍ୟଟନ-୧୯୪ କୋଟି, ଗ୍ରୀନ ମହାନଦୀ ପାଇଁ-୫୧ କୋଟି,ଖଣି ବିଭାଗ ପାଇଁ -୧୨୨ କୋଟି। ଗୃହ ବିଭାଗ-୫୨୯୮ କୋଟି,ସାଧାରଣ ପ୍ରସାଶନ ଓ ଅଭିଯୋଗ ପାଇଁ-୪୧୧.୭୪ କୋଟି,ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୧୧୩୦.୩୩ କୋଟି,ଆଇନ ବିଭାଗ ପାଇଁ-୪୪୦.୭୮ କୋଟି, ଅର୍ଥ ବିଭାଗ-୨୭୯୪୨,୭୨ କୋଟି, ପୂର୍ତ୍ତବିଭାଗ ୪୦୪୯.୨୦, ବାଣିଜ୍ୟ ବିଭାଗ ୯୩.୩୪ କୋଟି, ବିଧାନସଭା ପାଇଁ-୮୦.୧୭କୋଟି,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ-୧୧୩୪.୧୫ କୋଟି,ସ୍କୁଲ ଓ ଗଣଶିକ୍ଷା ୧୬୪୦୦କୋଟି,ଅନୁସୂଚିତ ଜାତି,ଜନଜାତି-୩୬୨୨.୮୪ କୋଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ-୬୭୮୨.୮୫ କୋଟି ଟଙ୍କାର ବଜେଟ ଆବଣ୍ଟନ। ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପାଇଁ ୬୩୫ କୋଟିର ବ୍ୟୟ ବରାଦ କରାଯାଇଛି। ମତ୍ସ୍ୟଚାଷ ପାଇଁ ପୋଖରୀ ଖୋଳାରେ ୫୦ ପ୍ରତିଶତ ସବସୀଡି ଦିଆଯାଉଛି। ଚାଷୀଙ୍କୁ ସାର ପାଇଁ ଶହେ କୋଟିର ଆବର୍ତ୍ତନ ପାଣ୍ଠି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଇଁ ୨୧୮ କୋଟି ବ୍ୟୟବରାଦ। ଅସଂପୂର୍ଣ୍ଣ ଜଳ ପ୍ରକଳ୍ପ ପାଇଁ ୧୮୬୧ କୋଟି ବ୍ୟୟବରାଦ କରାଯାଇଛି।

ଆସନ୍ତା ବର୍ଷ ଅଭିବୃଦ୍ଧି ହାର ୮.୩% ହେବାକୁ ଲକ୍ଷ୍ୟ ରଖାଯାଇଛି। ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ। ଫନି ବାତ୍ୟାରେ ଓଡ଼ିଶାର ବହୁତ କ୍ଷତିଗ୍ରସ୍ତ ହୋଇଛି। ପରିବେଶ ସନ୍ତୁଳନ ପାଇଁ ବଜେଟ ପୁସ୍ତିକା ଛପା ହ୍ରାସ କରାଯାଇଛି। ଆଗାମୀ ବର୍ଷ ସଂପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ପୁସ୍ତକ ପାଇଁ ବ୍ୟବସ୍ଥା ହେବ। ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ବିକାଶମୁଖୀ ଜନମଙ୍ଗଳ ବଜେଟ ବୋଲି ଶାସକ ଦଳ କହିଛି।

ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ବଜେଟ୍‌ରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟ ସୁବିଧାର ବ୍ୟବସ୍ଥା କରାଯାଇଥିବା ବେଳେ, କାଳିଆ ଯୋଜନାରେ ଉପକୃତ ହେବେ ୭୫ ଲକ୍ଷ ଚାଷୀ। ସେହିପରି କାଳିଆ ଯୋଜନା ଆଗକୁ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୃଷକ ଓ ରାଜ୍ୟର ପାଇଁ ବିକାଶମୂଳକ ବଜେଟ ଏବେ ଏହି ବଜେଟ ଓଡିଶାବାସୀଙ୍କ ଆଶା ପୂରଣ କରିବ ବୋଲି କହିଛନ୍ତି ନବୀନ।

ଚଳିତ ବର୍ଷ ବଜେଟ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିଯେ, ଏହା ଏକ ନୈରାଶ୍ୟଜନକ ବଜେଟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.