Home ଓଡ଼ିଶା ଓଡ଼ିଶା ଡାକମଣ୍ଡଳର ୭୪ତମ ପ୍ରତିଷ୍ଠା ଦିବସ

ଓଡ଼ିଶା ଡାକମଣ୍ଡଳର ୭୪ତମ ପ୍ରତିଷ୍ଠା ଦିବସ

256

ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ଓଡ଼ିଶା ଡାକ ମଣ୍ଡଳର ୭୪ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ପ୍ରଧାନ ମହାଡାକପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ମହାଡାକପାଳ ଡ. ସନ୍ତୋଷ କୁମାର କାମିଳା ଅଧ୍ୟକ୍ଷତା କରିଥିଲେ।

କାର୍ଯ୍ୟକ୍ରମରେ ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଗଣପତି ଗୁରୁନାଥନ, ଆକାଉଂଟ୍ସ ନିର୍ଦ୍ଦେଶକ, କଟକ (ଡାକ) ଶ୍ରୀ ପି. କେ ଦାଶ, ସମ୍ବଲପୁର କ୍ଷେତ୍ର ମହା ଡାକପାଳ ଶ୍ରୀ ଲଳିତେନ୍ଦୁ ପ୍ରଧାନ, ବ୍ରହ୍ମପୁର କ୍ଷେତ୍ର ମହାଡାକପାଳ କଲୋନେଲ ଜେ. କହଁରଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଜି. ଗୁରୁନାଥନ କହିଥିଲେ ଯେ ଓଡ଼ିଶା ଡାକ ମଣ୍ଡଳ ୧୯୪୬ରେ ସ୍ୱର୍ଗତ ଏନସି ଦାସଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ପ୍ରତିଷ୍ଠା ହୋଇପାରିଥିଲା। ସେ ଏହି ମଣ୍ଡଳର ପ୍ରଥମ ଅତିରିକ୍ତ ମହାଡାକପାଳ ଭାବେ ଅବସ୍ଥାପିତ ହୋଇଥିଲେ।

ପ୍ରଧାନ ମହାଡାକପାଳ ଡ. ସନ୍ତୋଷ କୁମାର କାମିଳା ତାଙ୍କ ଉଦବୋଧନରେ ଓଡ଼ିଶା ଡାକମଣ୍ଡଳର ଉପଲବ୍ଧି ଏବଂ ଅଗ୍ରଗତି ବିଷୟରେ ସୂଚନା ଦେଇଥିଲେ। ନୂଆ ଆହ୍ୱାନ ସତ୍ୱେ ଆଗାମୀ ଦିନରେ ବିଭାଗ କଠିନ ପରିଶ୍ରମ ଦ୍ୱାରା ଜନସାଧାରଣଙ୍କ ଆଶାଆକାଂକ୍ଷା ପୂରଣ କରିବା ସହିତ କର୍ମଚାରୀଙ୍କ ଆବଶ୍ୟକତା ମେଂଟାଇବାରେ ସଫଳ ହୋଇପାରିବବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଏହି ଅବସରରେ ଜନସାଧାରଣଙ୍କୁ ଉଚ୍ଚ ଗୁଣବତାପୂର୍ଣ୍ଣ ସେବା ଯୋଗାଇ ଦେବାରେ ସେ କର୍ମଚାରୀମାନଙ୍କୁ ପ୍ରଶଂସା କରିଥିଲେ।

ଏହି ଅବସରରେ ବିଭାଗର ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ ବି.କେ ମହାନ୍ତି, ମେଜର ଜେନେରାଲ ବିପି ଦାସ, ବ୍ରିଗେଡିୟର ଜି. ଭୂୟାଁ, ଏ.କେ ଦାଶ, ଏ.ଏନ. ନନ୍ଦ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ଗୁରୁନାଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ପି.କେ ଦାଶ ଧନ୍ୟବାଦ ଦେଇଥିଲେ। ଅବସରପ୍ରାପ୍ତ କର୍ମଚାରୀଙ୍କ ପକ୍ଷରୁ ପିଏଲଆଇର ପୂର୍ବତ ଡିଡିଏମ ଶ୍ରୀ ବିମ୍ବାଧର ବିଶ୍ୱାଳ ଓ ଶ୍ରୀ ନିରଞ୍ଜନ ଦ୍ୱିବେଦୀ ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.