Home Top News ତେଲେଙ୍ଗାନାରେ ଅଟୋ ଟ୍ରକ୍ ଧକ୍କାରେ ଛଅ ଜଣ ମହିଳାଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ

ତେଲେଙ୍ଗାନାରେ ଅଟୋ ଟ୍ରକ୍ ଧକ୍କାରେ ଛଅ ଜଣ ମହିଳାଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ

27

ତେଲେଙ୍ଗାନା, ଜାନୁଆରୀ ୨୧ (ଓଡ଼ିଆ ପୁଅ) ନାଲଗୋଣ୍ଡା ଜିଲ୍ଲାର ହାଇଦ୍ରାବାଦ-ନାଗାର୍ଜୁନ ସାଗର ରାଜପଥରେ ଗୁରୁବାର ଦିନ ଏକ ଅଟୋ ରିକ୍ସା ଏବଂ ଏକ କଣ୍ଟେନର ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଛଅ ଜଣ ମହିଳା ଶ୍ରମିକଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ଛଅ ଜଣ ଆହତ ହୋଇଛନ୍ତି।

ପୋଲିସ କହିଛି ଯେ ଏହି ଘଟଣା ଅଙ୍ଗଡିପେଟାରେ ଘଟିଛି। ଘଟଣା ସମୟରେ ପ୍ରାୟ ୨୦ ଜଣ ଲୋକ ଏକ ବଡ଼ ଅଟୋରିକ୍ସରେ କାମରୁ ଘରକୁ ଫେରୁଥିଲେ। ଏହି ଘଟଣାରେ ଅଟୋ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଦେବରାକୋଣ୍ଡା ପୋଲିସ ଅଧୀକ୍ଷକ ଆନନ୍ଦ ରେଡ୍ଡୀ କହିଛନ୍ତି ଯେ ସମସ୍ତ ସାତ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଛଅ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.