Home Coronavirus Outbreak ଦେଶରେ କରୋନା ଟିକାକରଣ ୬୦କୋଟି ପାର – ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିଆ

ଦେଶରେ କରୋନା ଟିକାକରଣ ୬୦କୋଟି ପାର – ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିଆ

58

ନୂଆ ଦିଲ୍ଲୀ ୨୫ ଅଗଷ୍ଟ (ଓଡ଼ିଆ ପୁଅ/ବସନ୍ତ କୁମାର ହାତି) କରୋନା ଜୀବାଣୁ ମହାମାରୀ ବିରୋଧରେ ଦେଶରେ ଟିକାକରଣ ଦ୍ରୁତ ଗତିରେ ହେବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ବୁଧବାର କହିଛନ୍ତି ଯେ ଦେଶରେ କରୋନା ମହାମାରୀ ବିରୋଧରେ ଟୀକାକରଣ ସଂଖ୍ୟା ୬୦ କୋଟି ଅତିକ୍ରମ କରିଛି।
ଭାରତରେ କରୋନା ବିରୋଧରେ ଟୀକାକରଣ ତ୍ବରାନ୍ବିତ କରାଯାଉଛି। ପ୍ରାରମ୍ଭରେ ଦେଶରେ ଟିକାକରଣର ହାର ଧିମା ଥିଲା। କିନ୍ତୁ ବର୍ତ୍ତମାନ ଟିକା ବହୁତ ଶୀଘ୍ର ଦିଆଯାଉଛି। ବିଗତ ୧୯ ଦିନରେ ୧୦ କୋଟି ଡୋଜ ଟିକାକରଣ ହୋଇଛି। ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟୁଇଟ୍ କରି ଏହା କହିଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟ, ସମସ୍ତଙ୍କ ସୁରକ୍ଷା ସହିତ କୋଭିଡ ଟୀକାକରଣରେ ଦେଶ ଆଗକୁ ବଢୁଛି। ଭାରତ ପ୍ରଥମ ୧୦କୋଟି ୮୫ ଦିନରେ, ଦ୍ୱିତୀୟ ୧୦ କୋଟି ପାଇଁ ୪୫ ଦିନ, ପରବର୍ତ୍ତୀ ୧୦ କୋଟି ଅର୍ଥାତ୍ ୩୦ କୋଟି ଆସନ୍ତା ୨୯ ଦିନରେ ଏବଂ ୪୦ କୋଟି ପରବର୍ତ୍ତୀ ୨୪ ଦିନରେ, ୫୦ କୋଟି ଟିକା ଦେବା ପାଇଁ ୨୦ଦିନ ଏବଂ ବର୍ତ୍ତମାନ ୬୦ କୋଟି, ଏହି ୧୦ କୋଟି ଟୀକାକରଣ ମାତ୍ର ୧୯ ରେ ଶେଷ ହୋଇଛି। ଯଦ୍ବାରା କରୋନାର ତୃତୀୟ ଲହରର ସମ୍ଭାବନାକୁ ହ୍ରାସ କରିବ।

ରାଜ୍ୟଗୁଡିକ ୨ କୋଟି ଅତିରିକ୍ତ ଟିକା ଦିଆଯିବ – ପ୍ରାଥମିକତା ଭିତ୍ତିରେ ଶିକ୍ଷକମାନଙ୍କୁ ଟିକାକରଣ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ସୂଚନା ଦେଇଛନ୍ତି ଯେ ଅଗଷ୍ଟ ମାସରେ ସମସ୍ତ ରାଜ୍ୟକୁ ୨ କୋଟି ଅତିରିକ୍ତ ଡୋଜ ଟିକା ଯୋଗାଇ ଦିଆଯିବ। ଏହା ସହିତ ସେ ସମସ୍ତ ରାଜ୍ୟକୁ ଅନୁରୋଧ କରିଛନ୍ତି ଯେ, ସେପ୍ଟେମ୍ବର ୫ ତାରିଖରେ ଗୁରୁ ଦିବସ ପାଳନ ହେବା ପୂର୍ବରୁ ସମସ୍ତ ସ୍କୁଲ ଶିକ୍ଷକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟୀକାକରଣ ପାଇଁ ଉଦ୍ୟମ ହେଉ।

୧୬ ଜାନୁଆରୀରେ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରଥମ ପର୍ଯ୍ୟାୟ ଟିକାରୋପଣ ସହିତ ଦେଶବ୍ୟାପୀ ଟିକାକରଣ ଡ୍ରାଇଭ୍ ଆରମ୍ଭ ହୋଇଥିଲା। ଫେବୃଆରୀ ୨ ତାରିଖରୁ ରୁ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଟୀକାକରଣ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ୧ ରେ ୬୦ ବର୍ଷରୁ ଅଧିକ ଲୋକ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ରୋଗୀମାନଙ୍କୁ ଟିକା ଦିଆଯାଇଥିଲା। ଦେଶ ଏପ୍ରିଲ ୧ ରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟୀକାକରଣ ଆରମ୍ଭ କରିଥିଲା। ସରକାର ଏହାର ଟିକାକରଣ ଅଭିଯାନକୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମେ ୧ ରୁ ଟୀକାକରଣ କରିବାକୁ ଅନୁମତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.