Home Top News ବରିଷ୍ଠ ଓଏଏସ୍ ସ୍ତରର ୬ ଜଣ ଅଧିକାରୀଙ୍କୁ ସ୍ଥାନାନ୍ତରଣ

ବରିଷ୍ଠ ଓଏଏସ୍ ସ୍ତରର ୬ ଜଣ ଅଧିକାରୀଙ୍କୁ ସ୍ଥାନାନ୍ତରଣ

173

ଭୁବନେଶ୍ୱର, ୧ ଜୁନ୍ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ କ୍ୟାଡରରେ ୬ ଜଣ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି।

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଓଡିଶାର ସୂଚନା ଏବଂ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବରେ ସ୍ଥାନାନ୍ତର କରାଯାଇଛି।

ତୁଷାର କାନ୍ତ ମହାନ୍ତି, ଅତିରିକ୍ତ ଆଇଜି କାରାଗାର, ନିର୍ଦ୍ଦେଶକ କରାଗାର (ମୁଖ୍ୟାଳୟ), ଭୁବନେଶ୍ୱରଙ୍କୁ ନିର୍ଦ୍ଦେଶକ ଲ୍ୟାଣ୍ଡ ରେକର୍ଡ ଦାୟୀତ୍ତ୍ୱ ଦିଆଯାଇଛି।

ମନୋଜ କୁମାର ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବରେ ସ୍ଥାନାନ୍ତର କରାଯାଇଛି।

ବିଜୟ କୁମାର ଦାଶ, କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୀ ପୌରପାଳିକାଙ୍କୁ ସ୍ଥାନାନ୍ତର କରାଯାଇ CGM (Land), IDCO, କରାଯାଇଛି।

ରତ୍ନାକର ସାହୁଙ୍କୁ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ଏଡିଏମ୍) ଭାବରେ ସ୍ଥାନାନ୍ତର କରାଯାଇଛି।

ସରୋଜ କୁମାର ସ୍ୱାଇଁ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ପୁରୀ ମ୍ୟୁନିସିପାଲିଟିଙ୍କୁ ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.