Home ଓଡ଼ିଶା ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କୁ ଆଜିସୁଦ୍ଧା ବଣ୍ଟା ଯାଇଛି ୬.୮ କୋଟି ମାଗଣା ଏଲପିଜି ସିଲିଣ୍ଡର

ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କୁ ଆଜିସୁଦ୍ଧା ବଣ୍ଟା ଯାଇଛି ୬.୮ କୋଟି ମାଗଣା ଏଲପିଜି ସିଲିଣ୍ଡର

326

ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) କୋଭିଡ-୧୯ ଦ୍ଵାରା ଅର୍ଥବ୍ୟବସ୍ଥାରେ ଦେଖାଦେଇଥିବା ପ୍ରଭାବକୁ ଦୃଷ୍ଟିରେ ରଖି, ଭାରତ ସରକାର ଗରିବଙ୍କ ପାଇଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ” (ପିଏମଜିକେପି)ର ପ୍ରବର୍ତ୍ତନ କରିଛନ୍ତି। ଏହି ଯୋଜନା ଅଧୀନରେ ଏପ୍ରିଲ ୦୧, ୨୦୨୦ରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ୮ କୋଟିରୁ ଅଧିକ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା (ପିଏମୟୁୱାଇ) ହିତାଧିକାରୀଙ୍କୁ ୩ ମାସ ପାଇଁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦେଇଆସୁଛି। ପିଏମଜିକେପି ଅଧୀନରେ ପିଏମୟୁୱାଇ ହିତାଧିକାରୀଙ୍କୁ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ଏପ୍ରିଲ ୨୦୨୦ ମଧ୍ୟରେ ୪୫୩.୦୨ ଲକ୍ଷ ସିଲିଣ୍ଡର ବିତରଣ କରିଛନ୍ତି। ଏହି ପ୍ୟାକେଜ ଅଧୀନରେ ୨୦.୦୫.୨୦୨୦ ସୁଦ୍ଧା ପିଏମୟୁୱାଇ ହିତାଧିକାରୀଙ୍କୁ ଓଏମସି ସମୁଦାୟ ୬୭୯.୯୨ ସିଲିଣ୍ଡର ଯୋଗାଇ ଦେଇଛି। ଏଥିରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ହିତାଧିକାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କ ଜମା ଖାତାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ଆଗୁଆ ଅର୍ଥ ପ୍ରଦାନ କରାଯାଇଥିଲା। କରୋନା ଯୋଦ୍ଧା କୁହାଯାଉଥିବା ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀମାନେ ହିତାଧିକାରୀମାନଙ୍କୁ ସିଲିଣ୍ଡର ଯୋଗାଣ କରିବା ସହିତ ସେମାନଙ୍କୁ ସ୍ଵଚ୍ଛତା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳି ବିଷୟରେ ସଚେତନ କରାଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.